ବତିଘର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ ହେବ: ମୁଖ୍ୟମନ୍ତ୍ରୀ

Advertisment

ବତିଘର ଆମ ଐତିହାସିକ ବୈଭବର ପରିଚୟ ଦିଏ। ଏହା ଆମ ନୌବାଣିଜ୍ୟ ଇତିହାସର ମୂକସାକ୍ଷୀ। ସମଗ୍ର ଦେଶରେ ନୂଆ ରୂପ ପାଇଥିବା ୭୫ଟି ବତିଘର ମଧ୍ୟରେ ଓଡ଼ିଶାର ୫ଟି ବତିଘରରର ବିକାଶ କରାଯାଇଛି।

ବତିଘର ଆମ ଐତିହାସିକ ବୈଭବର ପରିଚୟ ଦିଏ। ଏହା ଆମ ନୌବାଣିଜ୍ୟ ଇତିହାସର ମୂକସାକ୍ଷୀ। ସମଗ୍ର ଦେଶରେ ନୂଆ ରୂପ ପାଇଥିବା ୭୫ଟି ବତିଘର ମଧ୍ୟରେ ଓଡ଼ିଶାର ୫ଟି ବତିଘରରର ବିକାଶ କରାଯାଇଛି।

Mohan Majhi

ପୁରୀ: ବତିଘର ଆମ ଐତିହାସିକ ବୈଭବର ପରିଚୟ ଦିଏ। ଏହା ଆମ ନୌବାଣିଜ୍ୟ ଇତିହାସର ମୂକସାକ୍ଷୀ। ସମଗ୍ର ଦେଶରେ ନୂଆ ରୂପ ପାଇଥିବା ୭୫ଟି ବତିଘର ମଧ୍ୟରେ ଓଡ଼ିଶାର ୫ଟି ବତିଘରରର ବିକାଶ କରାଯାଇଛି। କେନ୍ଦ୍ର ସରକାରଙ୍କ ଏହି ଅଭିନବ ପରିକଳ୍ପନା ଦେଶର ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ବତିଘରଗୁଡ଼ିକୁ ପ୍ରମୁଖ ଆକର୍ଷଣୀୟ କେନ୍ଦ୍ରରେ ପରିଣତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେନ୍ଦ୍ର ବନ୍ଦର, ଜାହାଜ ପରିବହନ ଓ ଜଳମାର୍ଗ ମନ୍ତ୍ରାଳୟ ପକ୍ଷରୁ ତାଳବଣିଆରେ ଅନୁଷ୍ଠିତ ଦୁଇଦିନିଆ ‘ବତିଘର ପର୍ଯ୍ୟଟନ ମହୋତ୍ସବ’ର ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି। 

ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ ଦେଶର ୭୫ଟି ବତିଘରର ବିକାଶ କରାଯାଇଛି। ଏଥିରେ ଓଡ଼ିଶାର ଗୋପାଳପୁର, ପୁରୀ, ଚନ୍ଦ୍ରଭାଗା, ଫଲ୍‌ସ ପଏଣ୍ଟ ଓ ପାରାଦୀପ ବତିଘର ସ୍ଥାନ ପାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ। ନୌବାଣିଜ୍ୟ ପରମ୍ପରାର ସ୍ମୃତି ସ୍ବରୂପ ବାଲିଯାତ୍ରା ଉତ୍ସବ ପାଳନ କରାଯାଉଛି। ଏବେ ବାଲିଯାତ୍ରା ସହିତ ବତିଘର ମହୋତ୍ସବ ଯୋଡ଼ି ହୋଇଛି। କେନ୍ଦ୍ର ବନ୍ଦର, ଜାହାଜ ପରିବହନ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ କହିଲେ ଯେ ପାରାଦୀପ ବନ୍ଦରରେ ଜାହାଜ ନିର୍ମାଣ ଓ ମରାମତି ପାଇଁ ଏକ କ୍ଲଷ୍ଟର୍‌ର ବିକାଶ କରାଯିବ। ଓଡ଼ିଶାର ୪୮୦ କିଲୋମିଟର ଉପକୂଳ ଅଞ୍ଚଳର ସମନ୍ୱିତ ବିକାଶ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି। ବ୍ରାହ୍ମଣୀ ଓ ମହାନଦୀରେ କାର୍ଗୋ ପରିବହନ ପାଇଁ କେନ୍ଦ୍ର ସରକାର ସହଯୋଗ ଯୋଗାଇ ଦେବେ ବୋଲି କହିଛନ୍ତି। 

ପାରାଦୀପ ବନ୍ଦରରେ ଜାହାଜ ନିର୍ମାଣ, ମରାମତି କ୍ଲଷ୍ଟର୍‌ ହେବ: କେନ୍ଦ୍ରମନ୍ତ୍ରୀ

ଏହି ଅବସରରେ ପାରାଦୀପ ବନ୍ଦରରେ ମାଲ ପରିବହନ ସୁବିଧା ଲାଗି ହୋଇଥିବା ଫ୍ଲାଇ ଓଭର ଓ ଚାରି ଥାକିଆ ସଡ଼କ, କାର୍ଗୋ ହାଣ୍ଡଲିଙ୍ଗ ସୁବିଧାର ଆଧୁନିକୀକରଣ କରାଯାଇ ଉଦ୍‌ଘାଟନ କରାଯାଇଛି। ଏଥିସହ ପୁନରୁଦ୍ଧାର ହୋଇଥିବା ଗୁଜରାଟର କାଲୱାନ ରିଫ ଲାଇଟ ହାଉସକୁ ମଧ୍ୟ ଆଭାସୀ ମାଧ୍ୟମରେ ଶୁଭାରମ୍ଭ କରାଯାଇଥିଲା। କାର୍ଯ୍ୟକ୍ରମରେ କୋଶଳୀ କବି ହଳଧର ନାଗ, ବକୁଲ ଫାଉଣ୍ଡେସନର ମୁଖ୍ୟ ସୁଜିତ ମହାପାତ୍ର, ଫୁଟବଲ୍‌ ଖେଳାଳି ସସ୍ମିତା ମଲ୍ଲିକ, ନିବେଦିତା ଆଚାର୍ଯ୍ୟ, ଓଡ଼ିଶୀ ନୃତ୍ୟଶିଳ୍ପୀ ମମତା ଓଝା, ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀ, ବାଲୁକା ଶିଳ୍ପୀ ଓମପ୍ରକାଶ ସାହୁ ଓ ଅଭିନେତା ତଥା ଗୀତିକାର ଶ୍ରୀକାନ୍ତ ଗୌତମଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।   ସାଂସଦ ଡ. ସମ୍ବିତ ପାତ୍ର, ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ର, ପୁରୀ ବିଧାୟକ ଶ୍ରୀ ସୁନିଲ କୁମାର ମହାନ୍ତି,  ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ। କେନ୍ଦ୍ର ବନ୍ଦର, ଜାହାଜ ପରିବହନ ଓ ଜଳମାର୍ଗ ବିଭାଗର ସଚିବ ଟି.କେ. ରାମଚନ୍ଦ୍ରନ୍ ସ୍ବାଗତ ଭାଷଣ ଦେଇଥିଲେ। ପାରାଦୀପ ବନ୍ଦର ଅଧ୍ୟକ୍ଷ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe