ଯାଜପୁରସଦର: ଚାର୍ଜ ବସିଥିବାବେଳେ ଫାଟିଗଲା ଇ-ବାଇକ୍ ବ୍ୟାଟେରି। ଫଳରେ ଯାଜପୁର ଲଳିତେଶ୍ବର ନଗରର ଏକ ବ୍ୟାଟେରି ଚାଳିତ ବାଇକ୍ ସୋରୁମରେ ନିଆଁ ଲାଗିଯାଇଥିଲା। ଗାଡ଼ି ବ୍ୟାଟେରି ଚାର୍ଜ ହେଉଥିବା ସମୟରେ ହଠାତ୍ ବ୍ୟାଟେରିଟି ବିସ୍ଫୋରଣ ହୋଇଥିଲା। ଫଳରେ ପୂରା ସୋରୁମକୁ ନିଆଁ ବ୍ୟାପିଯାଇଥିଲା।
ଏଥିରେ ୩ଟି ବାଇକ୍ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଆଁ ଲିଭାଇବା ବେଳେ ଦୋକାନର ଜଣେ କର୍ମଚାରୀ ଆହତ ହୋଇଥିଲେ। ଆହତ କର୍ମଚାରୀ ତପୁନା ସାହୁ। ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗତ ୫ ମାସ ହେବ ଏହି ସୋରୁମ୍ ଖୋଲିଥିଲା। ଅଗ୍ନିକାଣ୍ଡ ସଂପର୍କରେ କଂପାନିକୁ ସୂଚନା ଦିଆଯିବ ବୋଲି ଜଣାଯାଇଛି।
Follow Us