ଭଦ୍ରକ ପୌରପାଳିକାରେ ଅଚଳ ହେଲାଣି ବେଟେରୀ ଚାଳିତ ଅଟୋ 

ଭଦ୍ରକ ପୌରପାଳିକାରେ ଅଚଳ ହେଲାଣି ବେଟେରୀ ଚାଳିତ ଅଟୋ 

IndiaMART

ଭଦ୍ରକ:  ଭଦ୍ରକ ପୌରପାଳିକାରେ  ବର୍ଷେ  ତଳେ କିଣା  ଯାଇଥିବା  ବେଟେରୀ ଚାଳିତ ଅଟୋ ଏବେ ଅଚଳ ହୋଇ ପେଡିଛି।  ବିଭିନ୍ନ ୱାର୍ଡରୁ ଅଳିଆ ଉଠାଇବା ପାଇଁ ଏଣିକି ଆଉ ଠେଲା ଗାଡି ରେ ନୂହେଁ,  ବେଟେରୀ ଚାଳିତ ଅଟୋ ଗାଡିରେ ଅଳିଆ ଉଠାଯାଇ  ଡମ୍ପିଂ ୟାର୍ଡରେ ଅଳିଆ ପକାଯାଉଥିଲା।  ମାତ୍ର ଏଇ ଅଟୋ ଗୁଡିକ  ମଧ୍ୟରୁ ଏବେ  ଅଧିକାଂଶ ଅଟୋ ଅଚଳ ହୋଇ ପଡିଛି।  ବେଟେରି ଚାଳିତ ସ୍ବଚ୍ଛ ସବାରୀ ଅଟୋ ଏବେ ଅଚଳ ହୋଇପଡିଥିବାରୁ ଏହାକୁ ନେଇ  ପୌରପାଳିକାରେ ଚର୍ଚ୍ଚା ଜୋର ଧରିଛି। ବର୍ଷେ ତଳେ କିଣା ଯାଇଥିବା  ଅଟୋ ଏତେ ଶୀଘ୍ର ଅଚଳ ହୋଇପଡିବା  ଘଟଣାକୁ  ସହରବାସୀ ସହଜରେ ଗ୍ରହଣକରି ପାରୁ ନଥିବା  ବେଳେ ଏଇ ‌ଅଟୋ କିଣା ରେ କିଛି ପେଞ୍ଚ ରହିଛିକି ବୋଲି ଏବେ ପୌର କାର୍ଯ୍ୟାଳୟ ସାରା ଚର୍ଚ୍ଚା ହେଉଛି।

ସହରର ବିଭିନ୍ନ ସ୍ବାର୍ଡରୁ ଅଳିଆ ଉଠାଇବା ପାଇଁ   ସରକାରଙ୍କ ପକ୍ଷରୁ ଭଦ୍ରକ ପୌରପାଳିକାକୁ ୧୦ ଟି ବେଟେରୀ ଚାଳିତ  ଅଟୋ ଯୋଗାଇ ଦିଆଯାଇଥିଲା।  ପ୍ରତି ଅଟୋର  ମୂଲ୍ୟ  ୮୫ ହଜାର ଟଙ୍କାରେ  କିଣା ଯାଇଥିଲା।  କଲିକତାରୁ ଏକ ଘରୋଇ ସଂସ୍ଥା ଜରିଆରେ  ଏଇ  ଅଟୋ କିଣା ଯାଇଥିଲା।  ବର୍ଷେ ଭିତରେ ଅଟୋ  ଅଚଳ କାହିଁକି ହେ‌ଲା ଏହାକୁ ନଇ ପ୍ରଶ୍ନ ଉଠିଛି।  ଦୈନିକ ଅଳିଆ ଉଠାଇବା ପାଇଁ ଏଇ ଅଟୋ ଆଉ ସେଭଳି  ବ୍ୟବହାର କରାଯାଉ ନଥିବା ଜଣାପଡିଛି। ଅଚଳ ଅଟୋ ଗୁଡକ ରକ୍ଷଣା ବେକ୍ଷଣ କରିବା  କଷ୍ଟ କର ହୋଇ ପଡିବାରୁ ଏଇ ଅଟୋ ଗୁଡିକ ଏବେ ଅଚଳ ହୋଇ  ପଡିରହିଛି। ପୌରପାଳିକାର ତହବିଲ ରୁ ଏଥିପାଇଁ  ପ୍ରାୟ ୮ ଲକ୍ଷରୁ ଉର୍ଦ୍ଧ୍ବ  ଟଙ୍କା ବ୍ୟୟ କରାଯାଇଥିଲା।   ସରକାରୀ ଅର୍ଥ ଏଭଳି ଭାବ ଅପବ୍ୟୟ କରାଯାଉଥିବା ନେଇ  ଭଦ୍ରକ ସହରରେ ଚର୍ଚ୍ଚା ଜୋର ଧରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe