ପୁରୀରେ ଗଡ଼ିିଲା ବ୍ୟାଟେରୀଚାଳିତ ଗାଡ଼ିି

Advertisment
ପୁରୀରେ ଗଡ଼ିିଲା ବ୍ୟାଟେରୀଚାଳିତ ଗାଡ଼ିି

ପୁରୀ : ସ୍ୱଚ୍ଛ ଆଇକନିକ୍‌ ସିଟି ଯୋଜନାରେ ନାଲ୍‌କୋ କର୍ତୃପକ୍ଷ ଜଗନ୍ନାଥ କ୍ଷେତ୍ର ପୁରୀ ପାଇଁ ଆଉ ଏକ ସହାୟତାର ହାତ ବଢାଇଛନ୍ତି। ଆଜିଠାରୁ ଜଗନ୍ନାଥ ବଲ୍ଲଭ ମଠ ପରିସରସ୍ଥିତ ପାର୍କିଂସ୍ଥଳରୁ ଶ୍ରୀମନ୍ଦିର ଯାଏ ନାଲ୍‌କୋ ପ୍ରଦତ୍ତ ମାଗଣା ବ୍ୟାଟେରୀଚାଳିତ ଗାଡିର ଶୁଭାରମ୍ଭ ହୋଇଛି। ରବିବାର ନାଲ୍‌କୋର ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

ଅପରାହ୍ନରେ ଜଗନ୍ନାଥବଲ୍ଲଭ ମଠ ପରିସରରୁ ବ୍ୟାଟେରୀଚାଳିତ ଗାଡି ସେବା ଆରମ୍ଭ ହୋଇଥିଲା। ପାର୍କିଂସ୍ଥଳରୁ ଯାତ୍ରୀମାନଙ୍କୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ପହଞ୍ଚାଇବା ଲାଗି ପ୍ରଦୂଷଣବିହୀନ ଏହି ଗାଡିଗୁଡ଼ିକର ବ୍ୟବସ୍ଥା କରାଯାଇଛି। ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ଅସୁସ୍ଥ ଲୋକଙ୍କୁ ଏହା ଦ୍ଵାରା ମାଗଣା ସେବା ମିଳିପାରିବ। ନାଲ୍‌କୋ କର୍ତୃପକ୍ଷ ଏଥି ପାଇଁ ୨୫ଟି ଗାଡ଼ିର ବ୍ୟବସ୍ଥା କରିଛନ୍ତି। ପର୍ଯ୍ୟାୟ କ୍ରମେ ଏହି ଗାଡିଗୁଡ଼ିକ ଏଠାରେ ପହଞ୍ଚିବ। ଆଜି ପ୍ରଥମ ଦିନରେ ୫ଟି ବ୍ୟାଟେରୀଚାଳିତ ଗାଡି ସେବା ଆରମ୍ଭ କରିଛି। ଏହା ସହିତ ବିଶ୍ୱ ଏତିହ୍ୟ କୋଣାର୍କ ପାଇଁ ମଧ୍ୟ ୧୦ଟି ଇ ଗାଡିର ବ୍ୟବସ୍ଥା କରାଯିବ ବୋଲି ଡକ୍ଟର ଚାନ୍ଦ କହିଥିଲେ। ଏହା ପୂର୍ବରୁ କଟକ, ଭୁବନେଶ୍ୱର ଓ ପୁରୀ ରେଳ ଷ୍ଟେସନ୍‌ରେ ଏହି ସେବା ଆରମ୍ଭ ହୋଇସାରିଛି।
ଜଗନ୍ନାଥ ବଲ୍ଲଭ ପାର୍କିଂସ୍ଥଳରୁ ଶ୍ରୀମନ୍ଦିର ଯାଏ ଯିବେ ତୀର୍ଥଯାତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe