ଭୁବନେଶ୍ୱରରୁ ଆଜି ୯୩କରୋନା ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୨୫୪ଜଣ ଆକ୍ରାନ୍ତ

ଭୁବନେଶ୍ୱରରୁ ଆଜି ୯୩କରୋନା ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୨୫୪ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୯୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୨୧ଜଣ ସଂଗରୋଧ ଓ ୭୨ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଏହା ସହ ଭୁବନେଶ୍ୱରରୁ ଆଜି ୨୫୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Image

ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନଙ୍କ ମଧ୍ୟରେ ବଡ଼ଗଡ଼ରୁ ସର୍ବାଧିକ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହା ସହ ସହିଦ ନଗର, ବମିଖାଲ ଏବଂ ମଞ୍ଚେଶ୍ୱରରୁ ୨-୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |

Image

ସ୍ଥାନୀୟ ସଂକ୍ରମଣ ଶିକାର ହୋଇଥିବା ୭୨ଜଣଙ୍କ ମଧ୍ୟରେ ବଡ଼ଗଡ଼ ଓ ପଟିଆରୁ ୫-୫ଜଣ, ନୟାପଲ୍ଲୀ, ମଞ୍ଚେଶ୍ୱର, ବମିଖାଲ ଓ ଶୈଳଶ୍ରୀ ବିହାରରୁ ୪-୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ୱରରୁ ମୋଟ ୨୮୯୮୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ୨୭୦୮୦ଜଣ ସୁସ୍ଥ ହୋଇଥିବା ବେଳେ ୧୭୨୨ଟି ସକ୍ରିୟ ମାମଲା ରହିଛି | ଏହା ସହ ୧୬୨ଜଣଙ୍କର ମୃତ୍ୟୁ ଘଟିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe