ଆଗାମୀ ୩ ଘଣ୍ଟା ଧରି ଅତି ପ୍ରବଳ ବର୍ଷା ସମ୍ଭାବନା; ବର୍ଷା ପ୍ରଭାବିତ ଅଞ୍ଚଳରେ ଚଳପ୍ରଚଳ ନ କରିବାକୁ ପାଣିପାଗ ବିଭାଗର ପରାମର୍ଶ

Advertisment
ଆଗାମୀ ୩ ଘଣ୍ଟା ଧରି ଅତି ପ୍ରବଳ ବର୍ଷା ସମ୍ଭାବନା; ବର୍ଷା ପ୍ରଭାବିତ ଅଞ୍ଚଳରେ ଚଳପ୍ରଚଳ ନ କରିବାକୁ ପାଣିପାଗ ବିଭାଗର ପରାମର୍ଶ

Image Courtesy of News18

ଭୁବନେଶ୍ବର: ଆଗାମୀ ୩ ଘଣ୍ଟା ଧରି ରାଜ୍ୟରେ କେତେକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ବର୍ଷିବାର ସମ୍ଭାବନା ଥିବା କଥା ଜଣାଇବା ସହ ରେଡ୍‌ ଆଲର୍ଟ ଜାରି କରି ସମ୍ପୃକ୍ତ ଅଞ୍ଚଳରେ ଚଳପ୍ରଚଳ ନ କରିବାକୁ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ଜନସାଧାରଣଙ୍କୁ ସତର୍କ କରାଇ ଦେଇଛି।

ଆଜି ସକାଳ ୭.୩୦ରେ ଟାରେ ପାଣିପାଗ ବିଭାଗ ଜାରି କରିଥିବା ସୂଚନା ଅନୁସାରେ, ପୁରୀ, କଟକ ସହର ସମେତ କଟକ ଜିଲ୍ଲା, ଜଗତ୍‌ସିଂହପୁର, ଢେଙ୍କାନାଳ, ଗଞ୍ଜାମ, ଗଜପତି, ନୟାଗଡ଼ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ପ୍ରାନ୍ତରେ ମଧ୍ୟମ ଧରଣର ବର୍ଷା କିଂବା ଘଡ଼ଘଡ଼ି ସହ ସହ ଖୁବ୍‌ ଜୋର୍‌ରେ ଅସରାଏ ଦୁଇ ଅସରା ବର୍ଷା ହେବା ସମ୍ଭାବନା ରହିଛି।

publive-image Image Courtesy of Daily hunt

ଆକସ୍ମିକ ବନ୍ୟା, ତଳିଆ ଅଞ୍ଚଳରେ ପାଣି ଜମିବା, ଦୃଶ୍ୟତା ହ୍ରାସ ଯୋଗୁଁ ନଗରାଞ୍ଚଳରେ ଯାନବାହନ ଚଳାଚଳରେ ଅସୁବିଧା ଉପୁଜିବାର ସମ୍ଭାବନା ଥିବାରୁ ବର୍ଷା ପ୍ରକୋପ ଥିବା ଅଞ୍ଚଳରେ ଚଳପ୍ରଚଳ ନ କରିବା ଲାଗି ଜନସାଧାରଣଙ୍କୁ ସତର୍କ କରାଇ ଦିଆଯାଇଛି।

ସେହିପରି, ଆଗାମୀ ୨/୩ ଘଣ୍ଟା ଧରି  ଭୁବନେଶ୍ବର ସହର ସମେତ ଖୋର୍ଦ୍ଧା ଜିଲ୍ଲାର କେତେକ ଅଞ୍ଚଳ, ବୌଦ୍ଧ, କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଅନଗୁଳ ଏବଂ ଯାଜପୁର ମଧ୍ୟମ ଧରଣର ବର୍ଷା ସହ ମଧ୍ୟେ ମଧ୍ୟେ ଅସରାଏ ଦୁଇ ଅସରା ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ଅରେଞ୍ଜ୍‌ ଆଲର୍ଟ ଜାରି କରିଛି।

ପ୍ରତିକୂଳ ପାଗ ପ୍ରତି ଦୃଷ୍ଟି ଦେବା ପାଇଁ ଜନସାଧାରଣଙ୍କୁ ପରାମର୍ଶ ଦିଆଯିବା ସହ ଆବଶ୍ୟକସ୍ଥଳେ ନିରାପଦ ସ୍ଥାନକୁ ଯିବା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe