ଭୁବନେଶ୍ବର ନାବାଳିକା ଗଣଦୁର୍ଷ୍କମ ମାମଲାରେ ୪ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

Advertisment
ଭୁବନେଶ୍ବର ନାବାଳିକା ଗଣଦୁର୍ଷ୍କମ ମାମଲାରେ ୪ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

କଟକ: ଭୁ‌ବନେଶ୍ବର ଇ‌ନ୍‌ଫୋସିଟି ନାବାଳିକା ଗଣଦୁର୍ଷ୍କମ ମାମଲାରେ ଓଟିଭିର ୪ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଓଟିଭିର ଚାରି କର୍ମଚାରୀ ଓ ସିକ୍ୟୁରିଟିଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇପାରେ। ଗତକାଲି ରାତିରେ ପୁରୀ ଗୋପ ଅଞ୍ଚଳରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତମାନଙ୍କୁ ପଚରାଉଚରା କରାଯାଇ ସମସ୍ତ ବୟାନକୁ ରେକର୍ଡ କରାଯାଇଛି। ଏହାସହ ଅଭିଯୁକ୍ତଙ୍କ ପଲିଗ୍ରାଫି ପରୀକ୍ଷା ମଧ୍ୟ କରାଯାଇଛି। ଉକ୍ତ ବ୍ୟକ୍ତି ହେଉଛନ୍ତି ଅନିରୁଦ୍ଧ ପଣ୍ତ‌ା, କୃଷ୍ଣ ବେହେରା, ସିକ୍ୟୁରିଟି ଗାର୍ଡ଼ ସାମଲ ଓ ବିଜୟ ରାଉତ।

ସୂଚନାନୁଯାୟୀ, ଭୁ‌ବନେଶ୍ବର ଇନ୍‌‌ଫୋସିଟି ନାବାଳିକା ଗଣଦୁର୍ଷ୍କମ ମାମଲାରେ ଓଟିଭିର ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗତକାଲି ରାତିରେ ପୁରୀ ଗୋପ ଅଞ୍ଚଳରୁ ଗିରଫ କରିବା ସହ ଅଭିଯୁକ୍ତଙ୍କ ପଲିଗ୍ରାଫି ପରୀକ୍ଷା କରିଛି। ଏହାଛଡ଼ା ସେମାନଙ୍କର ବୟାନ ରେକର୍ଡ଼ କରାଯାଇଛି। ଏହି ମାମଲାରେ ୧୬ ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ଡିଜି ଅଭୟ ହାଇକୋର୍ଟଙ୍କ ଆଗରେ ବ୍ୟକ୍ତିଗତ ଭାବରେ ପକ୍ଷ ରଖିବା ସହ ଅତିରିକ୍ତ ଡିଜି ମାମଲାର ଅଗ୍ରଗତି ନେଇ ସତ୍ୟପାଠ ଦାଖଲ କରିଥିଲେ। ହେଲେ ଅବଧି ସରିବା ପୂର୍ବରୁ ଗତକାଲି ରାତିରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ।

ଅକୋ୍ଟାବର ୬ ତାରିଖ ଠାରୁ ଏହି ମାମଲା ଓଡ଼ିଶା କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ନେଇ ହାଇ‌କୋର୍ଟଙ୍କୁ ଅବଗତ କରାଯାଇଥିଲା।  ହାଇକୋର୍ଟରେ ସତ୍ୟପାଠ ଦାଖଲ କରି ଅଧିକ ଦିନ ସମୟ ଦେବାକୁ ପ୍ରାର୍ଥନା କରିଥିଲେ। ଗତ ଏପ୍ରିଲ ମାସରେ ଭୁବନେଶ୍ବର ଇନ୍‌ଫୋସିଟି ଅଞ୍ଚଳରୁ ଏକ ନାବାବଳିକାଙ୍କୁ ଗଣଦୁର୍ଷ୍କମ ଅଭିଯୋଗ ଆସିଥିଲା। ଏଥିରେ ଓଟିଭି କର୍ମଚାରୀ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଅଗଷ୍ଟ ୩୦ ତାରିଖରେ ଏ ନେଇ ଏତଲା ଦେଇଥିଲେ ପୀଡ଼ିତାଙ୍କ ମା‘।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe