ବିଡିଏ କର୍ମଚାରୀଙ୍କୁ ସରକାରୀ ପେନସନ୍ ମିଳୁ

Advertisment
ଏଥର ଅନ୍‌ଲାଇନ୍‌ରେ ବିଡିଏ କରିବ ସେଲ୍‌ଡିଡ୍‌

newindianexpress.com

ଭୁବନେଶ୍ବର : ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ରେ ଚାକିରି କରି ଅବସର ନେଇଥିବା କର୍ମଚାରୀମାନଙ୍କୁ ସରକାରୀ ଚାକିରିଆଙ୍କ ଭଳି ପେନସନ୍ ଦେବାକୁ ବିଡିଏ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସଂଘ ଦାବି କରିଛି। ସଂଘର ସାଧାରଣ ସମ୍ପାଦକ ବିମଳ ଚନ୍ଦ୍ର ପରମଗୁରୁ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁଁ ବିଡିଏରେ ଦୀର୍ଘ ବର୍ଷ ସରକାରୀ ନିୟମ ଅନୁଯାୟୀ ଚାକିରି କରିବା ପରେ ବି କର୍ମଚାରୀଙ୍କୁ ଅବସର ପରେ ଏମ୍ପ୍ଲଇଜ୍ ପ୍ରୋଭିଡେଣ୍ଟ ଫଣ୍ଡ୍‌ (ଇପିଏଫ୍)ରୁ ପେନସନ୍ ପ୍ରଦାନ କରାଯାଉଛି। ଇପିଏଫ୍ ପେନସନ୍ ସାଧାରଣତଃ ବିଭିନ୍ନ ଶିଳ୍ପାନୁଷ୍ଠାନ, ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କୁ ମିଳିଥାଏ। ବିଡିଏରେ କାମ କରି ଅବସର ନେଇଥିବା ସରକାରୀ କର୍ମଚାରୀଙ୍କୁ କିନ୍ତୁ ଏହି ଅନୁଯାୟୀ ପେନସନ୍ ଦିଆଯାଉଛି। ଫଳରେ ଅବସର ପରେ କର୍ମଚାରୀମାନେ ବହୁ କଷ୍ଟରେ ଜୀବନ ବିତାଉଛନ୍ତି।

‌କେବଳ ଏତିକି ନୁହେଁ, ବିଏମ୍‌ସି ସମେତ ବିଭିନ୍ନ ମ୍ୟୁନିସିପାଲଟି ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଭଳି ସଂସ୍ଥାରେ ଚାକିରି କରି ଅବସର ନେଉଥିବା କର୍ମଚାରୀଙ୍କୁ ସରକାରୀ ପେନସନ୍ ମିଳୁଥିଲେ ହେଁ ବିଡିଏ କର୍ମଚାରୀଙ୍କ ପାଇଁ ପାତରଅନ୍ତର କରାଯାଉଛି। ଏନେଇ ନଗର ଉନ୍ନୟନ ମନ୍ତ୍ରୀ, ମୁଖ୍ୟଶାସନ ସଚିବ, ନଗର ଉନ୍ନୟନ ବିଭାଗ ସଚିବଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବା ପରେ ବି କିଛି ସୁଫଳ ମିଳୁନି। ତେଣୁ ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଏହି ଅସଙ୍ଗତି ଦୂର କରନ୍ତୁ ବୋଲି ସଂଘ ଦାବି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe