ବିଡିଓ, ଠିକାଦାର ଓ ବିଜେଡି ନେତାଙ୍କ ମଧୁଚନ୍ଦ୍ରିକାରେ ବାଟବଣା ହୋଇଛି ମନରେଗା: ବିଜେପି

Advertisment

ଶସ୍ତା ରାଜନୀତିରୁ ବିଜେପି ବିରତ ରହୁ: ବିଜେଡି

ଶସ୍ତା ରାଜନୀତିରୁ ବିଜେପି ବିରତ ରହୁ: ବିଜେଡି

ମନରେଗା ଯୋଜନା: ୫ବର୍ଷରେ ଖର୍ଚ୍ଚ ହୋଇଛି ୧୯୪୮୨ କୋଟି

The India Forum

ଭୁବନେଶ୍ୱର: ଲକ୍‌ଡାଉନ୍‌ ସମୟରେ ପ୍ରବାସୀ ଶ୍ରମିକ ଓ ଗ୍ରାମାଞ୍ଚଳର ଗରିବ ଜନସାଧାରଣଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ଅଧିକ ଅର୍ଥ ପଠାଇବା ସହ ମଜୁରୀ ମଧ୍ୟ ବୃଦ୍ଧି କରିଛନ୍ତି। ଏହା ସହ ମୌସୁମୀ ସମୟରେ ମନରେଗା କାମ ଜାରି ରଖିବା ପାଇଁ ନିୟମ କରିଛନ୍ତି। କିନ୍ତୁ ରାଜ୍ୟ ସରକାର ଏହାକୁ ପରିଚାଳନା କରିବାରେ ବିଫଳ ହୋଇଛନ୍ତି। ବିଡିଓ, ଠିକାଦାର ଓ ବିଜେଡି ନେତାଙ୍କ ମଧୁଚନ୍ଦ୍ରିକାରେ ଓଡ଼ିଶା ମନରେଗା ବାଟବଣା ହୋଇଯାଇଛି ବୋଲି ବିଜେପି ଅଭିଯୋଗ କରିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଲେ ଯେ ରାଜ୍ୟରେ ମନରେଗା କାମରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଚାଲିଛି। ଅନେକ ସ୍ଥାନରେ ମେସିନ ଦ୍ୱାରା କାମ କରାଯାଉଛି। ପ୍ରକୃତ ହିତାଧିକାରୀ ଏହାର ଲାଭ ଉଠାଇ ପାରୁ ନାହାନ୍ତି। ରାଜ୍ୟର ସମସ୍ତ ଜିଲ୍ଲାରେ ଜେସିବି ଓ ଟ୍ରାକ୍ଟର ଲଗାଇ ରାତିଅଧିଆ କାମ କରାଯାଉଛି । ମୃତ ବ୍ୟକ୍ତି, ସରକାରୀ ଚାକିରିଆ, ରାଜ୍ୟ ବାହାରେ ରହୁଥିବା ବ୍ୟକ୍ତି, ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବୃଦ୍ଧଙ୍କ ନାଁରେ ଟଙ୍କା ଉଠାଣ ହୋଇ ଠିକାଦାର ହାତକୁ ଯାଉଛି। କେତୋଟି ଉଦାହରଣ ଦେଇ ବିଜେପି ପକ୍ଷରୁ କୁହାଯାଇଛି ଯେ ହାଟଡିହି ବ୍ଲକର ସାଲାରିଆ ଗ୍ରାମପଞ୍ଚାୟତର ସୋଲାପାଟଣା ପୋଖରୀ ଖୋଳାରେ ବ୍ୟାପକ ଦୁର୍ନୀତି ହୋଇଛି। ଜେସିବି ଓ ଟ୍ରାକ୍ଟର ଦ୍ୱାରା ପୋଖରୀ ଖୋଳାଯାଇଛି। ମୃତ ଭାବଗ୍ରାହୀଙ୍କ ନାଁରେ ଟଙ୍କା ଉଠିଛି, ଶିକ୍ଷକ ସତ୍ୟବ୍ରତ ବାରିକ, ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ଅଧିକାରୀ ନାୟକ, ଅଇଁଠୁ ଜେନା, କାର୍ତିକେଶ୍ୱର ଜେନାଙ୍କ ନାଁରେ ଟଙ୍କା ଉଠାଯାଇଛି। ତିର୍ତୋଲ ବ୍ଲକର ସାମନ୍ତରାପୁର ଗ୍ରାମପଞ୍ଚାୟତର ୪ଟି କାମ କଲ୍ୟାଣ ମଣ୍ଡପ, ଦକ୍ଷିଣ ଚଣ୍ଡୀ, ଅଙ୍ଗନବାଡି, ହନୁମାନ ମନ୍ଦିର ଓ ଏକ ରାସ୍ତା ନିର୍ମାଣ କାମକୁ ଜେସିବି ମାଧ୍ୟମରେ କରାଯାଇଛି। ଖଲ୍ଲିକୋଟ ବ୍ଲକର କୋମଣ୍ଡ ଗ୍ରାମପଞ୍ଚାୟତରେ ରଙ୍ଗ ବନ୍ଧ ପୋଖରୀ ଖୋଳାରେ ବ୍ୟାପକ ଦୁର୍ନୀତି ହୋଇଛି। ଅଦ୍ୟାବଧି ୧୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ପୋଖରୀ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ପଡ଼ିଛି। ନିଆଳି ବ୍ଲକର କୃଷ୍ଣପ୍ରସାଦ ଗ୍ରାମପଞ୍ଚାୟତର ନୂଆ ପିତାପଡ଼ା ଗ୍ରାମରେ ଲକ୍ଷ୍ମୀକାନ୍ତ ମହାରଣା ଓ ମନୋରଞ୍ଜନ ମହାନ୍ତିଙ୍କ ନିଜସ୍ୱ ଜମିରେ ମେସିନ ଲଗାଇ ରାତିଅଧିଆ ପୋଖରୀ ଖୋଳି ଦିଆଯାଇଛି। ରଣପୁର ବ୍ଲକ୍‌ର ଗୋପାଳପୁର ପଞ୍ଚାୟତ ଅନ୍ଧାରୁଆ ଗାଁରେ ରାସ୍ତା କାମରେ ବ୍ୟାପକ ଅନିୟମିତତତା ହୋଇଛି। ରାଜ୍ୟର ବହୁ ବ୍ଲକ୍‌ରେ ମନରେଗା କାମରେ ବ୍ୟାପକ ଦୁର୍ନୀତି, ଅନିୟମିତତା ଓ ମେସିନ ଦ୍ୱାରା କାମ ଚାଲିଛି। ପ୍ରଧାନମନ୍ତ୍ରୀ ପଠାଉଥିବା ଅର୍ଥ ଗରିବ ଲୋକଙ୍କ ପାଖରେ ପହଞ୍ଚୁ ନାହିଁ। ତେଣୁ ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଗରିବ ହିତାଧିକାରୀଙ୍କୁ ସେମାନଙ୍କ ହକ ଦିଅନ୍ତୁ। ନଚେତ ବିଜେପି ପକ୍ଷରୁ ଓଡ଼ିଶାର ପ୍ରତି ବ୍ଲକ ଆଗରେ ସାମାଜିକ ଦୂରତା ବଜାୟ ରଖି କୋଭିଡ ନିୟମକୁ ପାଳନ କରି ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଭୁବନେଶ୍ବର: ମନରେଗାରେ ଦୁର୍ନୀତି ନେଇ ବିଜେପିର ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି। ଦଳର ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ କେନ୍ଦ୍ରର ବିଜେପି ନେତୃ୍ତ୍ବାଧୀନ ‌ସରକାର ମନରେଗାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଓଡ଼ିଶାକୁ ପୁରସ୍କୃତ କରିବା କଥା ବୋଧହୁଏ ବିଜେପିର ମୁଖପାତ୍ର ଅବଗତ ନାହାନ୍ତି। ମନରେଗାର ସଫଳ କାର୍ଯ୍ୟକାରିତା ପାଇଁ ଚାରିଟି ବିଭାଗରେ କେନ୍ଦ୍ର ସରକାର ଓଡ଼ିଶାକୁ ପୁରସ୍କୃତ କରିଥିଲେ। ଯଦି ବିଜେପି ଏହା ଜାଣିଥା‌’ନ୍ତା ତେବେ ଆଜି ଏପରି ମନ୍ତବ୍ୟ ଦେଇ ନ ଥା’ନ୍ତା।

ଶ୍ରୀ ମହାନ୍ତି କହିଛନ୍ତି ଯେ ଓଡ଼ିଶାର ଚାରିଟି ଜିଲ୍ଲାର ୨୦ଟି ସମ୍ବେଦନଶୀଳ ବ୍ଲକ୍‌ର ଅଧିବାସୀଙ୍କୁ ମନରେଗାରେ ୨୦୦ ଦିନ ପାଇଁ କାମ ମିଳିବାର ବ୍ୟବସ୍ଥା କରାଯାଇଛି। ଗତ ଜାନୁଆରି ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିବା ୫୦୦ କୋଟିର ସ୍ବତନ୍ତ୍ର ପ୍ୟାକେଜ୍‌ର ଏହା ଏକ ଅଂଶ। ଏହା ବାଦ୍ ଓଡ଼ିଶା ସରକାର ମନରେଗା ଅତିରିକ୍ତ କାର୍ଯ୍ୟଦିବସ ଯୋଗାଇ ଦେଉଛନ୍ତି। ଜାତୀୟ ସ୍ତର ଠାରୁ ଓଡ଼ିଶାରେ ଅଧିକ ମଜୁରୀ ମଧ୍ୟ ଦିଆଯାଉଛି। ଓଡ଼ିଶାର ବିଜେପି ନେତାମାନେ ବାରମ୍ବାର ମିଛ କହି ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ସେଥି ପାଇଁ ଲୋକମାନେ ପ୍ରତି ନିର୍ବାଚନରେ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରୁଛନ୍ତି। ସେମାନେ ଏପରି ମିଛ ପ୍ରଚାର କରିବାର ରଣନୀତିକୁ ବଦଳାଇ ବାସ୍ତବତାକୁ ଗ୍ରହଣ କରନ୍ତୁ। କୋଭିଡ୍‌ ମହାମାରୀ ବିରୋଧରେ ସରକାର ଲଢ଼ୁଥିଲା ବେଳେ ବିଜେପି ନେତାମାନେ ଶସ୍ତା ରାଜନୀତିରୁ ବିରତ ରହିବାକୁ ବିଜେଡି ପରାମର୍ଶ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe