ଅଧସ୍ତନ କର୍ମଚାରୀଙ୍କୁ ବିଡିଓଙ୍କ ମାଡ଼, ଭିଡିଓ ଭାଇରାଲ

Advertisment
ଅଧସ୍ତନ କର୍ମଚାରୀଙ୍କୁ ବିଡିଓଙ୍କ ମାଡ଼, ଭିଡିଓ ଭାଇରାଲ

ବୌଦ୍ଧ/ଘଣ୍ଟାପଡ଼ା : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବିଡିଓ ନିଜ ଅଫିସ୍‌ର ଅଧସ୍ତନ କର୍ମଚାରୀଙ୍କୁ ମାଡ଼ ମାରିବା ଦୃଶ୍ୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଗତ ୧୪ ତାରିଖରେ କଣ୍ଟାମାଳରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସରିବା ପରେ ଅପରାହ୍ନରେ କୌଣସି କାରଣରୁ କଣ୍ଟାମାଳ ବିଡିଓ ରବୀନ୍ଦ୍ରନାଥ କହଁର ନିଜ ଅଫିସର ଡାଟା ଏଣ୍ଟ୍ରି ଅପରେଟର୍‌ ବିଭୁ ମଲ୍ଲିକଙ୍କୁ ସର୍ବସମ୍ମୁଖରେ ମାଡ଼ ମାରିଥିଲେ। ଫଳରେ ଉପସ୍ଥିତ ଲୋକେ ଏହାର ବିରୋଧ କରି ବିଡିଓଙ୍କୁ ଭୁଲ ମାଗିବାକୁ କହିଥିଲେ। ପରେ ପରିସ୍ଥିତି ଅଣାୟତ ହୋଇ ପଡ଼ିଥିଲା।

publive-image

ଘଟଣାସ୍ଥଳରେ କଣ୍ଟାମାଳ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପୁଣି ସମ୍ମିଳନୀ କକ୍ଷରେ ଆଲୋଚନା ହୋଇଥିଲା। ଦୁଇ ଘଣ୍ଟାର ଆଲୋଚନା ପରେ କଣ୍ଟାମାଳ ବିଡିଓ ଦୋଷ ସ୍ବୀକାର କରି ଭୁଲ ମାଗିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ମାତ୍ର ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିଡିଓ ଶ୍ରୀ କହଁରଙ୍କ ଯୋଗାଯୋଗ କରିବାରୁ, ସେ ମାଡ଼ ମାରିଥିବା କଥାକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ, ଡାଟା ଏଣ୍ଟ୍ରି ଅପରେଟର୍‌ ଅଭିଯୋଗ ଶୁଣାଣିକୁ ବିଳମ୍ବରେ ପହଞ୍ଚି ଥିଲେ। ଦାୟିତ୍ବରେ ଅବହେଳା କରିଥିବାରୁ ତାଗିଦ୍ କରିଥିଲି। ଏହାକୁ ନେଇ କିଛି ଲୋକ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି କରିଥିଲେ। ପରିସ୍ଥିତିକୁ ଦେଖି ମୁଁ କ୍ଷମା ମାଗିଥିଲି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe