କାର୍‌ ଓଲଟି ବିଡ଼ିଓ ଆହତ: ଲହୁଣିପଡାରୁ ନିଜ ଘର ସୋନପୁର ଯାଉଥିଲେ

Advertisment
କାର୍‌ ଓଲଟି ବିଡ଼ିଓ ଆହତ: ଲହୁଣିପଡାରୁ ନିଜ ଘର ସୋନପୁର ଯାଉଥିଲେ

ରାଉରକେଲା/ବଣାଇଗଡ଼: ଗତକାଲି ରାତିରେ ଘରକୁ ଫେରୁଥିବାବେଳେ ଲହୁଣିପଡ଼ା ବିଡିଓ ଅନୁରାଗ ମିଶ୍ରଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗୁରୁଣ୍ଡିଆ-କୁଚିଣ୍ଡା ରାସ୍ତାରେ କାରଟି ଭାରସାସ୍ୟ ହରାଇ ଓଲଟି ପଡିଥିବାରୁ ସେ ଆହତ ହୋଇଥିଲେ। ସ୍ଥାନୀୟ ଲୋକ ଉଦ୍ଧାର କରି ତାଙ୍କୁ ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ବିଡିଓ ଶ୍ରୀ ମିଶ୍ର ତାଙ୍କ ସୋନପୁରସ୍ଥ ଘରକୁ ଚାଲିଯାଇଛନ୍ତି। ଗୁରୁଣ୍ଡିଆ ପୁଲିସ ଦୁର୍ଘଟଣାଗ୍ରସ୍ତ କାର୍‌କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ବିଡିଓ ଶ୍ରୀ ମିଶ୍ର ଗତ ତିନି ଦିନ ତଳେ ଲହୁଣିପଡା ବ୍ଲକରେ ବିଡିଓ ଭାବେ ଯୋଗଦେଇଥିଲେ। ଗତକାଲି ଲହୁଣିପଡା ବ୍ଲକ ପରିଦର୍ଶନରେ ଆସିଥିବା ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ଟିମ୍‌ଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସଂଧ୍ୟାରେ ଘରକୁ ଆସିବାକୁ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ଖବର ଆସିଥିଲା। ଖବର ପାଇ ବିଡିଓ ଶ୍ରୀ ମିଶ୍ର ନିଜ କାର୍‌ ଡ୍ରାଇଭିଂ କରି ଲହୁଣିପଡାରୁ ଘରକୁ ବାହାରିଥିଲେ। ବଣାଇ ଗୁରୁଣ୍ଡିଆ ରାସ୍ତା ଦେଇ ସୋନପୁର ବାହାରିଥିଲେ। କୁଚିଣ୍ଡା ନିକଟରେ ସମ୍ମୁଖ ପାର୍ଶ୍ବରୁ ଆସୁଥିବା ଏକ ଗାଡି ଡ୍ରାଇଭର ଡିପର ମାରିଥିବାରୁ କାର୍‌ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବ ଖାଲରେ ଓଲଟିପଡିଥିଲା। ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe