ମେ’ ତୃତୀୟ ସପ୍ତାହରୁ ବିଡିପିଏଲ୍‌

Advertisment
ମେ’ ତୃତୀୟ ସପ୍ତାହରୁ ବିଡିପିଏଲ୍‌

Wikipedia

ବରଗଡ଼: ବରଗଡ଼ ଜିଲ୍ଲା କ୍ରିକେଟ୍ ଏସୋସିଏସନ୍ ଆନୁକୁଲ୍ୟରେ ଆସନ୍ତା ମାସ ତୃତୀୟ ସପ୍ତାହରୁ ବରଗଡ଼ ଡିଷ୍ଟ୍ରିକ୍ଟ ପ୍ରିମିୟର ଲିଗ୍ (ବିଡିପିଏଲ୍‌) ଆରମ୍ଭ ହେବ। ଏସୋସିଏସନ୍ସ ଭାପତି ହରିହର ପ୍ରଧାନଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ରବି ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପ୍ରତିଯୋଗିତାର ରୂପରେଖ ଉପରେ ଆଲୋଚନା ହୋଇଥିଲା।

ଏହି ଟି-୨୦ ପ୍ରତିଯୋଗିତା ଉଭୟ ଦିବା-ରାତ୍ର ଫର୍ମାଟରେ ଫ୍ଲଡ ଲାଇଟ୍‌ରେ ଧଳା ବଲ୍‌ରେ ଖେଳାଯିବ। ଦିନକୁ ଦୁଇଟି ଲେଖାଏଁ ମ୍ୟାଚ୍ ଖେଳାଯିବ। ବିଜେତା ଦଳକୁ ଟ୍ରଫି ସହ ନଗଦ ଏକ ଲକ୍ଷ ଟଙ୍କା ଓ ଉପବିଜେତାକୁ ଟ୍ରଫି ସହ ନଗଦ ୬୦ ହଜାର ଟଙ୍କା ପୁରସ୍କାର ମିଳିବ। ପ୍ରତିଯୋଗିତାକୁ ସମ୍ପୂର୍ଣ୍ଣ ବୀମାଭୁକ୍ତ କରାଯିବ। ବୈଠକରେ ଉପସଭାପତି ଶୁଭ୍ରାଂଶୁ ଶେଖର ମହାପାତ୍ର, ଅରୁଣ ମହାନ୍ତି, ସୁବ୍ରତ ଚାଟାର୍ଜୀ, ଗିରିଜାପ୍ରସାଦ ନାଥ, ପ୍ରଦୀପ ନନ୍ଦ, ସନ୍ତୋଷ ପଣ୍ଡା, ନବୀନ ଲାଠ, ପ୍ରଦୀପ ସାହୁ, ଅମିୟ ଭୂଷଣ ସାହୁ, ରଜତ ଦାଶ, ସୌର୍ଯ୍ୟ ରଞ୍ଜନ ରାଏଙ୍କ ସମେତ ଟିମ୍‌ ସତ୍ବାଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe