ସ୍ବାଇନ୍ ଫ୍ଲୁ ପାଇଁ ସତର୍କ ରୁହ

Advertisment

ସବୁ ସିଡିଏମ୍‌ଓଙ୍କ ସମେତ କ୍ୟାପିଟାଲ ହସ୍ପିଟାଲ, ଆରଜିଏଚ୍‌କୁ ଚିଠି

ସବୁ ସିଡିଏମ୍‌ଓଙ୍କ ସମେତ କ୍ୟାପିଟାଲ ହସ୍ପିଟାଲ, ଆରଜିଏଚ୍‌କୁ ଚିଠି

ସ୍ବାଇନ୍ ଫ୍ଲୁ ପାଇଁ ସତର୍କ ରୁହ

Glocal Khabar

ଭୁବନେଶ୍ବର : ରାଜ୍ୟର କିଛି ସ୍ଥାନରେ ସ୍ବାଇନ୍ ଫ୍ଲୁ ସନ୍ଦିଗ୍ଧ ନଜରକୁ ଆସିଛନ୍ତି। ଚଳିତମାସ ୧ତାରିଖରେ ସ୍ବାସ୍ଥ୍ୟମନ୍ତ୍ରୀ ଏ ସଂକ୍ରାନ୍ତରେ ବିଭାଗକୁ ଏକ ଚିଠି ଲେଖିଥିଲେ। ଏ ଦୃଷ୍ଟିରୁ ସ୍ବାଇନ୍ ଫ୍ଲୁ ପାଇଁ ସତର୍କ ରହିବା ଲାଗି ସବୁ ସିଡିଏମ୍‌ଓ, କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏଚ୍‌ର ନିର୍ଦେଶକଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚିଠି ଜାରି ହୋଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ ଯେଉଁ ସନ୍ଦିଗ୍ଧ ସ୍ବାଇନ୍ ଫ୍ଲୁ ଆସିବେ ସେମାନଙ୍କର ସ୍କ୍ରିନିଂ ସହିତ ରେକର୍ଡ ରଖାଯାଉ। ଏହାସହ ସ୍ବାଇନ୍ ଫ୍ଲୁର ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଉଲ୍ଲେଖ ଯେ ୨ମାସ ତଳେ ରାଜଧାନୀରେ ଜଣେ ସ୍ବାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଥିଲେ। ୨ଜଣ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ହୋଇଥିବା ବେଳେ ଜଣେ ପଜିଟିଭ୍ ଆସିଥିଲେ। ଏଥିପାଇଁ ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe