ସାବଧାନ! ଚୋରି ହେଉଛି ପ୍ରୋଫାଇଲ୍ ଫଟୋ, କ୍ରାଇମବ୍ରାଞ୍ଚର ପରାମର୍ଶାବଳୀ ଜାରି

Advertisment
୩ ବର୍ଷ ନିଷ୍କ୍ରିୟ ସୋସିଆଲ ମିଡିଆ ଆକାଉଣ୍ଟ୍‌ରୁ ତଥ୍ୟ ହଟିବ

Moneycontrol

କଟକ: ସାବଧାନ! ଫେସବୁକ ଓ ଇନଷ୍ଟାଗ୍ରାମ୍‌ର ବ୍ୟବହାରକାରୀଙ୍କ ଫଟୋ ଚୋରି କରୁଛନ୍ତି ସାଇବର୍ ଅପରାଧୀ। ଚୋରି କରିଥିବା ଫଟୋକୁ ସାଇବର୍ ଅପରାଧୀ ଏକ ହ୍ବାଟସ୍‌ଆପ୍ ନମ୍ବର୍‌ର ପ୍ରୋଫାଇଲ୍ ଫଟୋରେ ବ୍ୟବହାର କରି ଆପଣଙ୍କ ବନ୍ଧୁ ଓ ସମ୍ପର୍କୀୟଙ୍କୁ ଟଙ୍କା ମାଗୁଛନ୍ତି। ଏଭଳି ଅଭିଯୋଗ କ୍ରାଇମବ୍ରାଞ୍ଚକୁ ଆସିବା ପରେ ରାଜ୍ୟବାସୀଙ୍କୁ ଆଜି ସତର୍କ କରାଇଛି କ୍ରାଇମବ୍ରାଞ୍ଚ ସାଇବର୍ ସେଲ୍। ଏ ନେଇ ଏକ ପରାମର୍ଶବଳୀ କ୍ରାଇମବ୍ରାଞ୍ଚ ଜାରି କରିଥିବା ସୂଚନା ମିଳିଛି।
କ୍ରାଇମବ୍ରାଞ୍ଚର ସୂଚନା ଅନୁଯାୟୀ, ସାଇବର୍ ଅପରାଧୀମାନେ ଫେସବୁକ୍‌ ଓ ଇନଷ୍ଟାଗ୍ରାମ୍‌ରେ ବ୍ୟବହାରକାରୀଙ୍କ ଫଟୋ କପି କରୁଛନ୍ତି। ଆଉ ଏକ ଅଜଣା ନମ୍ବରରେ ହ୍ବାଟସ୍‌ଆପ୍ ଆକାଉଣ୍ଟ ଖୋଲି କପି କରିଥିବା ଫଟୋକୁ ବ୍ୟବହାର କରୁଛନ୍ତି। ଫେସବୁକ୍‌ ଓ ଇନଷ୍ଟାଗ୍ରାମ୍‌ରୁ ସଂଗ୍ରହ ହୋଇଥିବା ବ୍ୟବହାରକାରୀଙ୍କ ବନ୍ଧୁ ଓ ସମ୍ପର୍କୀୟଙ୍କ ଯୋଗାଯୋଗ ନମ୍ବରକୁ ଏହି ନକଲି ହ୍ବାଟସ୍‌ଆପ୍ ଆକାଉଣ୍ଟରୁ ଚାଟ୍ କରୁଛନ୍ତି।

କପି କରିଥିବା ଫଟୋ ନକଲି ହ୍ବାଟସ୍‌ଆପ୍ ଆକାଉଣ୍ଟର ପ୍ରୋଫାଇଲ୍‌ ଫଟୋ ଭାବେ ବ୍ୟବହାର ହେଉଛି। ଯେଭଳି ଜଣେ ବନ୍ଧୁ ଏହାକୁ ନକଲି ଆକାଉଣ୍ଟ ବୋଲି ସନ୍ଦେହ କରିବ ନାହିଁ, ସେଥିପାଇଁ ଏଭଳି କରାଯାଉଛି। ଯେଉଁ ବ୍ୟବହାରକାରୀଙ୍କ ଫଟୋ ଚୋରି ହେଉଛି, ସେହି ବ୍ୟବହାରକାରୀଙ୍କ ବନ୍ଧୁ ଓ ସମ୍ପର୍କୀୟଙ୍କୁ ଡାକ୍ତରୀ ସମସ୍ୟା ଥିବା କହି ନକଲି ହ୍ବାଟସ୍‌ଆପ୍ ଆକାଉଣ୍ଟ ମାଧ୍ୟମରେ ଟଙ୍କା ମାଗୁଛନ୍ତି ସାଇବର୍ ଅପରାଧୀ। ଏହି ଟଙ୍କା ବ୍ୟାଙ୍କ ଆକାଉଣ୍ଟ, ୟୁପିଆଇ ନମ୍ବର, ଓ୍ବାଲେଟ୍, ଡିଜିଟାଲ୍ ଗିଫ୍ଟ କିମ୍ବା ପର୍ଚେଜ୍ ଭାଉଚର୍ ମାଧ୍ୟମରେ ଟଙ୍କା ଦେବାକୁ କହୁଛନ୍ତି। ତେଣୁ ଏଭଳି ଅଜଣା ହ୍ବାଟସ‌୍ଆପ୍ ନମ୍ବରରୁ କେହି ଆର୍ଥିକ ସହାୟତା ମାଗିଲେ ଟଙ୍କା ନଦେବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପରାମର୍ଶ ଦିଆଯାଇଛି। ପ୍ରକୃତରେ ସେହି ବନ୍ଧୁ ଟଙ୍କା ମାଗୁଛନ୍ତି କି ନାହିଁ ସୁନିଶ୍ଚିତ ହେବା ପାଇଁ ତାଙ୍କୁ ଫୋନ୍ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପରାମର୍ଶ ଦିଆଯାଇଛି। ହ୍ବାଟସଆପରେ ଆସୁଥିବା ଅଜଣା ଲିଙ୍କକୁ କ୍ଲିକ୍ ନକରିବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe