ସମ୍ଭାବ୍ୟ ବାତ୍ୟା, ବର୍ଷା ପାଇଁ ପ୍ରସ୍ତୁତ ରୁହ, ପୌରପାଳିକା ପାଇଁ ଏସ୍‌ଓପି ଜାରି କଲା ନଗର ଉନ୍ନୟନ ବିଭାଗ

Advertisment
୩୬ ଘଣ୍ଟାରେ ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ; ଓଡ଼ିଶାରେ ପବନ କମ୍‌, ବର୍ଷା ଅଧିକ

Bengal Daily

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଆଖି ଆଗରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହାର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ୧୨ଟି ଜିଲ୍ଲାର ୫୬ ପୌରପାଳିକାକୁ ବିଭାଗ ନ‌ିର୍ଦ୍ଦେଶ ଦେଇଛି। ଏହି ପ୍ରସଙ୍ଗରେ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରମାଜିତ ନାୟକ ମହାନଗର ନିଗମ କମିସନର୍‌ ଏବଂ ପୌରପାଳିକା/ଏନ୍‌ଏସିର ନିର୍ବାହୀ ଅଧିକାରୀମାନଙ୍କୁ ଚିଠି ଲେଖି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର୍‌(ଏସ୍‌ଓପି) ଜାରି କରିଛନ୍ତି।

ଏସ୍‌ଓପିରେ କୁହାଯାଇଛି ଯେ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କ ରହଣି ପାଇଁ ବିକଳ୍ପ ଆଶ୍ରୟସ୍ଥଳର ଅନୁଧ୍ୟାନ ସହିତ ତାହା ଚୂଡ଼ାନ୍ତ କରିବାକୁ କୁହାଯାଇଛି। ଏଥିସହିତ ଲୋକଙ୍କୁ ଯେପରି ଠିକଣା ସମୟରେ ସ୍ଥାନାନ୍ତରିତ କରାଯାଇପାରିବ, ସେ ଦିଗରେ ବନ୍ଦୋବସ୍ତ କରାଯିବା ସହ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟବସ୍ଥା କରାଯିବ। ସେହିପରି ବୟସ୍କ, ଭିନ୍ନକ୍ଷମ, ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳା, ଶିଶୁ ଓ ନବଜାତଙ୍କ ସ୍ବତନ୍ତ୍ର ଯତ୍ନ ନେବା ସହିତ ଆଶୁ ଚିକିତ୍ସା ବାକ୍ସ ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଆଶ୍ରୟ ସ୍ଥଳଗୁଡ଼ିକରେ ପରିମଳ ବ୍ୟବସ୍ଥା କରାଯିବା ସହ ହାତ ସଫା ବ୍ୟବସ୍ଥା ନିଶ୍ଚିତ କରାଯିବ। ସ୍ଥାନୀୟ ସ୍ବେଚ୍ଛାସେବୀ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନଙ୍କୁ ଚିହ୍ନଟ କରି ଆଶ୍ରୟସ୍ଥଳୀରେ ମୁତୟନ କରାଯିବ। ରୋଷେଇ ପାଇଁ ଆବଶ୍ୟକ ସାମଗ୍ରୀ ଯୋଜନା ମୁତାବକ ରଖାଯିବ। ଲୋକଙ୍କୁ ସ୍ଥାନାନ୍ତର ଓ ଆଶ୍ରୟସ୍ଥଳରେ ରଖାଯିବା ସହ ପରବର୍ତ୍ତୀ ସମୟରେ କୋଭିଡ୍‌ ନିୟମାବଳୀ ସମ୍ପର୍କରେ ମଧ୍ୟ ସଚେତନ କରାଯିବ। ସମସ୍ତ ପୌରାଞ୍ଚଳରେ ନିୟମିତ ଜଳଯୋଗାଣ ପାଇଁ କଣ୍ଟ୍ରୋଲ୍‌ ରୁମ୍ ବ୍ୟବସ୍ଥା ସହିତ ସହଜ ପରିଚାଳନା ନିମନ୍ତେ ହ୍ବାଟ୍‌ସ୍‌ ଆପ୍ ଗ୍ରୁପ୍‌ ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟୁତ୍‌ ବିଭ୍ରାଟ ହେଲେ ଯେପରି ଜଳଯୋଗାଣରେ କୌଣସି ବାଧା ନ ଉପୁଜେ, ସେଥି ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ଡିଜି ସେଟ୍‌ ପ୍ରସ୍ତୁତ ରଖାଯିବ। ବାତ୍ୟା ସମ୍ଭାବନା ଥିବା ପୌରାଞ୍ଚଳଗୁଡ଼ିକରେ ଗଛ କାଟିବା ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ କର୍ମଚାରୀ ରଖିବା ନିମନ୍ତେ କୁହାଯାଇଛି। ଆଶ୍ରୟସ୍ଥଳଗୁଡ଼ିକରେ ଆବଶ୍ୟକ ପରିମାଣର ଖାଦ୍ୟ, ପାନୀୟ ଜଳ, ପଶୁ ଖାଦ୍ୟ ଆଦି ମହଜୁଦ୍ ରଖିବା ସହ ବାତ୍ୟା ପରବର୍ତ୍ତୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଯେପରି ଜଳ ଉପଲବ୍ଧ ହେବ, ସେଥି ପାଇଁ ସମସ୍ତ ଜଳ ଉତ୍ସଗୁଡ଼ିକୁ ପୂର୍ଣ୍ଣ ମହଜୁଦ୍ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe