ବିଚ୍‌ ବାଇକ୍‌ ଫେଷ୍ଟ୍‌ : କୋଣାର୍କ ବେଳାଭୂମିରେ ରୋମାଞ୍ଚକର ଅନୁଭୂତି ସାଉଁଟିଲେ ବାଇକର୍

Advertisment
ବିଚ୍‌ ବାଇକ୍‌ ଫେଷ୍ଟ୍‌ : କୋଣାର୍କ ବେଳାଭୂମିରେ ରୋମାଞ୍ଚକର ଅନୁଭୂତି ସାଉଁଟିଲେ ବାଇକର୍

ଭୁବନେଶ୍ବର: କୋଣାର୍କ ବେଳାଭୂମିରେ ଆୟୋଜିତ ହୋଇଛି ନିଆରା କାର୍ଯ୍ୟକ୍ରମ ‘ବିଚ୍‌ ବାଇକ୍‌ ଫେଷ୍ଟ୍‌ (ବିବିଏଫ୍): ବାଏ ଦ ବାଇକ୍‌ର୍ସ-ଫର୍‌ ଦ ବାଇକର୍ସ।’  ଜାନୁଆରି ୨୬ ଓ ୨୭, ଦୁଇଦିନ ଧରି ବାଇକରମାନଙ୍କ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଉପସ୍ଥିତ ସମସ୍ତଙ୍କୁ ଏକ ‌ ନିଆରା ଅନୁଭୂତି ପ୍ରଦାନ କରିଛି। ଏହି କାର୍ଯ୍ୟକ୍ରମ ଓଡିଶାର ଜଣାଶୁଣା ଅଟୋମୋବାଇଲ କନସଲଟାଣ୍ଟ୍ ଓଲା, ଏକ୍ସ-ହାର୍ଲେ ଡାଭିଡସନ୍, ହୋଣ୍ଡା, କାୱାସାକୀ, ବିଏମ୍‌ଡବ୍ଲୁ ମୋଟୋରାଡ୍‌, ଏଚ୍‌ଓଜି ଚାପ୍ଟର ହେଡ୍‌ସ, ଜାତୀୟସ୍ତରର ସୋସିଆଲ୍‌ ମିଡିଆ ଇନଫ୍ଲୁଏନ୍ସର ଏବଂ ଓଇଏମ୍‌ ଡିଷ୍ଟିବୁଟର୍ସଙ୍କ ସହଭାଗିତାରେ ଆୟୋଜିତ ହୋଇଥିଲା ଏବଂ ମୁଖ୍ୟ ଆୟୋଜକ ଥିଲେ କାର୍ଣ୍ଣିଭାଲ୍। 

ସବୁଜବନାନୀ ପରିବେଷ୍ଟିତ  ସ୍ବଚ୍ଛ ବେଳାଭୂମିରେ ବାଇକ ଚାଳନାର ଅନୁଭୂତି  ବିବିଏଫରେ ଯୋଗଦାନ କରିଥିବା ବାଇକରମାନଙ୍କ ପାଇଁ ପାଲଟିଥିବା ଏକ ସ୍ମରଣୀୟ ଅନୁଭୂତି । ଏହି ଉତ୍ସବରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରାୟ ୧୦୦୦ ଅତିଥି ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ କେହି କେହି ମୋଟରସାଇକେଲ୍‌ ଚାଳନାର ଅନନ୍ଦ ନେଉଥିବା ବେଳେ ଆଉ କେହି ନିଜ ପରିବାର ସହ ଏଠାକାର ସାଂସ୍କୃତିକ ମୂଲ୍ୟବୋଧ, ଐତିହ୍ୟ  ଏବଂ ଓଡ଼ିଶାର ଆତିଥ୍ୟକୁ ଉପଭୋଗ କରିବାକୁ ଆସିଥିଲେ।

publive-image

ପ୍ରତିବର୍ଷ ଏପରି ଏକ ଉତ୍ସବ କରି ପ୍ରତିଯୋଗୀମାନଙ୍କୁ ଏକ ମଜାଦାର ଅନୁଭୂତି ଦେବା ବିବିଏଫ୍ ଆୟୋଜକଙ୍କ ମୂଳ ଲକ୍ଷ୍ୟ। ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରରେ ଆୟୋଜକମାନଙ୍କର ଥିବା ଦକ୍ଷତା ଏବଂ ଅଟୋମୋବାଇଲ୍ ସୋ’ ପରିଚାଳନା କ୍ଷେତ୍ରରେ ଥିବା ଦୀର୍ଘ ଅଭିଜ୍ଞତା ଯୋଗୁଁ  ‘ବିଚ୍‌ ବାଇକ୍‌ ଫେଷ୍ଟ୍’ ଏକ ସ୍ମରଣୀୟ ଅନୁଭୂତି ହୋଇପାରିଛି।

ବାଇକ୍‌ ଚାଳନା ପ୍ରତି ବାଇକରମାନଙ୍କ ଥିବା ଭଲପାଇବାକୁ ପ୍ରଦର୍ଶନ କରିବା, ଓଡ଼ିଶାର ‌ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ଲାଗି ବିବିଏଫ୍ ଏକ ସୁବର୍ଣ୍ଣ ସୁଯୋଗ, ଯାହାକି ପ୍ରତିବର୍ଷ ଆୟୋଜନ ହେବ ବୋଲି ଆଶା କରାଯାଉଛି। ଆଉ ଏଥିରେ ସାମିଲ ହୋଇଥିବା ସମସ୍ତଙ୍କ ପାଇଁ ଏକ ନିଆରା ତଥା ରୋମାଞ୍ଚକର ଅନୁଭୂତି ଆଣିଦେବା ପାଇଁ ବିବିଏଫ୍ ଆୟୋଜକ ପ୍ରତିଶ୍ରୁତିବଦ୍ଧ। ଏଥିସହ ଓଡ଼ିଶାର ସାଂସ୍କୃତିକ ବିଭବକୁ ସାରା ବିଶ୍ବ ନିକଟରେ ଅଧିକ ଭାବେ ପହଞ୍ଚାଇବା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe