ନୂଆପଡ଼ା ଜିଲ୍ଲା ମୃତ୍ତିକା ସଂରକ୍ଷଣ ଅଫିସରେ ଭାଲୁ

Advertisment
ନୂଆପଡ଼ା ଜିଲ୍ଲା ମୃତ୍ତିକା ସଂରକ୍ଷଣ ଅଫିସରେ ଭାଲୁ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ମହକୁମାର ମୃତ୍ତିକା ସଂରକ୍ଷଣ ଅଫିସ୍‌ରେ ଭାଲୁ ପସିଯିବାରୁ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଭାଲୁକୁ ଉଦ୍ଧାର ପାଇଁ ନୂଆପଡ଼ା ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ଭାଲୁକୁ କର୍ମଚାରୀମାନେ ଜଗି ରହିଛନ୍ତି।

ଗୁରୁବାର ସକାଳେ ଭାଲୁର ମଳ ପଡ଼ିଥିବା ଅଫିସ୍‌ କର୍ମଚାରୀ ମାନେ ଦେଖିଥିଲେ। କିଛି ସମୟ ପରେ ଭାଲୁଟି ଆମ୍ବ ଖାଉଥିବା ଦେଖିବାକୁ ମିଳିଥିଲା। ଅଫିସ୍‌ର ଏକ ଗଛ ମୂଳରେ ଭାଲୁଟି ଲୁଚି ରହିଥିଲା। କର୍ମଚାରୀମାନେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗର ଦିଲ୍ଲୀପ ଚମ୍ପତିରାୟ, ଶିବ ଖମାରୀ, ଲକ୍ଷ୍ମଣ ସାହୁ ପ୍ରମୁଖ କର୍ମଚାରୀ ପହଞ୍ଚି ଭାଲୁ ଉପରେ ନଜର ରଖିଛନ୍ତି। ମୃତ୍ତିକା ସଂରକ୍ଷଣ ଅଫିସ୍‌ ନିକଟରେ କର୍ମଚାରୀଙ୍କ ପରିବାର ରହୁଥିବାରୁ‌ ଆତଙ୍କ ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe