National Geographic
କଣ୍ଟାମାଳ: କଣ୍ଟାମାଳ ବ୍ଲକ ଦପଲା ପଞ୍ଚାୟତ ଚନ୍ଦନିଆମୁଣ୍ଡା ଗାଁ ମୁଣ୍ଡରେ ଥିବା ଏକ ପରିତ୍ୟକ୍ତ କୂଅରେ ଏକ ଜଙ୍ଗଲି ଭାଲୁ ପଡ଼ି ଯାଇଥଲା। ମଙ୍ଗଳବାର ସକାଳୁ ଗାଁ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଥିଲେ।
ହେଲେ ସନ୍ଧ୍ୟା ପର୍ଯ୍ୟନ୍ତ ଉଦ୍ଧାର ସମ୍ଭବ ହୋଇ ନ ଥିଲା। ବୁଧବାର ସକାଳୁ ଅକ୍ଳାନ୍ତ ପରିଶ୍ରମ କରି ବନବିଭାଗ କର୍ମଚାରୀମାନେ ଭାଲୁଟିକୁ ଉଦ୍ଧାର କରିଥିଲେ। ବନ ବିଭାଗ କର୍ମଚାରୀମାନେ ଭାଲୁକୁ ଉଦ୍ଧାର କରି କଣ୍ଟାମାଳ ପ୍ରାଣୀଧନ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ସୁସ୍ଥ ଥିବା ଜଣାପଡ଼ିବା ପରେ ଭାଲୁଟିକୁ ଆଜି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।
Follow Us