ଭାଲୁ ଆକ୍ରମଣରେ ୨ ମହିଳା ଗୁରୁତର

Advertisment
ଭାଲୁ ଆକ୍ରମଣରେ ୨ ମହିଳା ଗୁରୁତର

WWF

ପଦ୍ମପୁର: ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ଅଧୀନସ୍ଥ ସାପଲହର ଗ୍ରାମରେ ଭାଲୁ ଆକ୍ରମଣରେ ଦୁଇ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ମହିଳା ଦ୍ବୟ ହେଲେ ଲକ୍ଷ୍ମୀ ବରିହା ଓ ବାସନ୍ତୀ ବରିହା। ନିତ୍ୟକର୍ମ ପାଇଁ ଲକ୍ଷ୍ମୀ ଓ ବାସନ୍ତୀ ଗାଁ ନିକଟସ୍ଥ ବିଲକୁ ଯାଇଥିଲେ। ହଠାତ୍‌ ଏକ ଭାଲୁ ଆସି ସେମାନଙ୍କୁ ଆକ୍ରମଣ କରିଥିଲା।

ନିକଟରେ ଥିବା ଅନ୍ୟ ଜଣେ ମହିଳା ପାଟି କରିବାରୁ ଲୋକମାନେ ସେଠାରେ ପହଂଚି ଭାଲୁ ଆକ୍ରମଣରୁ ସେମାନଙ୍କୁ ଉଦ୍ଧାର କରିଥିଲେ। ଜଙ୍ଗଲ ବିଭାଗ କର୍ମଚାରୀଙ୍କୁ ଜଣାଇ ଗୁରୁତର ମହିଳା ଦ୍ବୟଙ୍କୁ ଚିକିତ୍ସା ପାଇଁ ପଦ୍ମପୁର ଉପଖଣ୍ତ ଡାକ୍ତରଖାନାକୁ ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe