ଭାଲୁ ଆକ୍ରମଣରେ ଯୁବକ ଗୁରୁତର

Advertisment
ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ଯାଜପୁର: ଯାଜପୁର ରୋଡ଼ ଥାନା ରାଣୀପଡ଼ା ପଞ୍ଚାୟତ ମୂଳାସାର ଗ୍ରାମର ଜଗବନ୍ଧୁ ମଳିକ ସକାଳୁ ଉଠି ନିଜ ବିଲକୁ ଧାନ କାଟିବାକୁ ଯାଉଥିଲେ। ଠିକ୍ ଏହି ସମୟରେ ହଠାତ ସାମ୍ନାପଟୁ ଦୁଇଟି ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲେ। ନିଜ ଜୀବନକୁ ରକ୍ଷା କରିବାକୁ ଯାଇ ଜଗବନ୍ଧୁ ଭାଲୁ ଦୁଇଟି ସହ ଲଢ଼ି ବା ସହିତ ଖୁବ ଜୋରରେ ପାଟି କରି ଲୋକଙ୍କୁ ଡ଼ାକିଥିଲେ। ଜଗବନ୍ଧୁଙ୍କ ପାଟି ଶୁଣି ପାଖ ବିଲକୁ ଧାନ କାଟିବାକୁ ଆସିଥିବା ଲୋକ ଦୌଡ଼ି ଆସି ଭାଲୁ ଦୁଇଟିକୁ ଗୋଡ଼ାଇ ଥିଲେ।

ଏହା ପରେ ଜଗବନ୍ଧୁଙ୍କୁ ଗାଁ ଲୋକେ ଯାଜପୁର ରୋଡ଼ ମେଡ଼ିକାଲକୁ ଆଣିଥିଲେ। କିନ୍ତୁ ଜଗବନ୍ଧୁଙ୍କ କ୍ଷତ ଅଧିକ ଥିବାରୁ ତାଙ୍କର ଯାଜପୁର ରୋଡ଼ ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା କରାଯାଇ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କକରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe