ରାମଚନ୍ଦ୍ରପୁର : ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟବର୍ତ୍ତୀ ପୁରୁଣାବାନ୍ଧଗୋଡ଼ା ଗ୍ରାମରେ ଆଜି ଦିନରେ ଏକ ଭାଲୁ ପଶି ଉତ୍ପାତ କରିଥିଲା। ଲୋକେ ଭୟଭୀତ ହୋଇ ତାଟିକବାଟ କିଳି ଦେଇଥିଲେ।
ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଁ ଲୋକଙ୍କ ସହିତ ମିଶି ଠେଙ୍ଗାବାଡ଼ି ଧରି ଭାଲୁଟିକୁ ଘଉଡ଼ାଇବାକୁ ଚେଷ୍ଟା କରାଯାଇଥିଲା।
ଉତକ୍ଷିପ୍ତ ଭାଲୁଟି ଲୋକଙ୍କ ଉପରକୁ ଝାମ୍ପ ମାରିବା ସହିତ ରାସ୍ତାରେ ଥୁଆ ହୋଇଥିବା ଫରେଷ୍ଟଗାର୍ଡ ଅବିନାଶ ପରିଡ଼ାଙ୍କ ବାଇକ ଚକକୁ କାମୁଡ଼ି ଖିନଭିନ୍ କରିଦେଇଥିଲା। ସେତିକିରେ ତାର ରାଗ ଶାନ୍ତ ପଡ଼ି ନଥିଲା । ଭାଲୁଟି ବାଇକ୍କୁ କାମୁଡ଼ି ଘୋଷାରି ଘୋଷାରି ଜଙ୍ଗଲ ଭିତରକୁ ଟାଣି ନେଇଥିଲା। ଲୋକଙ୍କ ହୋହଲ୍ଲା, ପାଟିତୁଣ୍ଡ ଓ ବାଣଫୁଟା ଶବ୍ଦରେ ଅତିଷ୍ଟ ହୋଇ ଭାଲୁଟି ଝାଟିଆବୁଦା ଭିତରେ ଲୁଚି ଯାଇଥିଲା। ଜଙ୍ଗଲ ବିଭାଗ କର୍ମଚାରୀ ଭାଲୁଟିକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ହେଁ ରାତିଯାଏ ସଫଳ ହୋଇ ପାରି ନାହାନ୍ତିି।
Follow Us