ଭାଲୁ ଆକ୍ରମଣରେ ଯୁବକ ଗୁରୁତର

Advertisment
ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଦର୍ଲିମୁଣ୍ଡା ଗ୍ରାମରେ ବାପ-ପୁଅ ମହୁଲ ଫୁଲ ସଂଗ୍ରହ କରିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ପୁଅ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନାନୁସାରେ ଦର୍ଲିମୁଣ୍ଡା ଗ୍ରାମର ଜରଭୁ ରାଉତ ତାଙ୍କ ପୁଅ ମହେଶ ରାଉତ (୩୩) ଆଜି ସକାଳେ ନିଜ ଚାଷ ଜମିକୁ ମହୁଲ ଫୁଲ ସଂଗ୍ରହ କରିବାକୁ ଯାଇଥିଲେ।

ମହୁଲ ଫୁଲ ସଂଗ୍ରହ କରୁଥିବା ବେଳେ ଜଙ୍ଗଲ ପଟୁ ୨ଟି ଭାଲୁ ଆସି ମହେଶଙ୍କୁ ଆକ୍ରମଣ କରିଥିଲେ। ମହେଶ ଚିତ୍କାର କରିବାରୁ ତାଙ୍କ ବାପା ଏକ ଠେଙ୍ଗା ଧରି ଆସିଯିବାରୁ ଦୁଇ ଭାଲୁ ଜଙ୍ଗଲକୁ ଚାଲିଯାଇଥିଲେ। ଗୁରୁତର ଅବସ୍ଥାରେ ମହେଶଙ୍କୁ ଉଦ୍ଧାର କରି ନୂଆପଡ଼ା ଡାକ୍ତରଖାନାକୁ ନେଇଥିଲେ। ମହେଶଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି। ମହେଶଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe