ଭାଲୁ ଆକ୍ରମଣରେ ଛାତ୍ର ଗୁରୁତର 

Advertisment
ଭାଲୁ ଆକ୍ରମଣରେ ଛାତ୍ର ଗୁରୁତର 

Pugdundee Safaris

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ତ ଚାରମାଳ ରେଞ୍ଜ୍‌ ଅର୍ନ୍ତଗତ ବଂଶାଜାଲ ପଞ୍ଚାୟତର ମୂଷାକଟା ଗ୍ରାମରେ ମଙ୍ଗଳବାର ଭାଲୁ ଆକ୍ରମଣରେ ରେଢ଼ାଖୋଲ ଭୀମଭୋଇ କଲେଜରେ +୨ ପ୍ରଥମ ବର୍ଷ ଛାତ୍ର ବିବେକାନନ୍ଦ ସେଠୀ (୧୭) ଗୁରୁତର ଭାବେ ଆହତ ହୋଇଛନ୍ତି। ଆଜି ଛାତ୍ର ଜଣକ ସକାଳୁ ନିଜ ଘର ପାଖରେ ଥିବା ନାଳ ନିକଟରେ ବୁଲାବୁଲି କରୁଥିଲେ।

ଏହି ସମୟରେ ହଠାତ୍‌ ଏକ ଭାଲୁ ଆସି ତାଙ୍କୁ ଆକ୍ରମଣ କରିଥିଲା। ଚିତ୍କାର ଶୁଣି ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ରେମାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ। ମାତ୍ର ଅବସ୍ଥା ସଂକଟାପନ୍ନ ଥିବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି। ବିବେକାନନ୍ଦ ଅତ୍ୟନ୍ତ ଗରିବ ଘରର ହୋଇଥିବାରୁ ବନ ବିଭାଗ ପକ୍ଷରୁ ତାଙ୍କୁ ଚିକିତ୍ସା ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଭାଲୁ ଆକ୍ରମଣରେ ବିବେକଙ୍କ ମୁହଁ, ହାତ ଓ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe