ଭାଲୁ ଆକ୍ରମଣରେ ମହିଳା ଗୁରୁତର

ଭାଲୁ ଆକ୍ରମଣରେ ମହିଳା ଗୁରୁତର

National Geographic

ରିଆମାଳ: ଦବେଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ କାଞ୍ଜିଆମ୍ବ ଗ୍ରାମରେ ସୋମବାର ଜଣେ ମହିଳା ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ୧୨ ଘଣ୍ଟା ପରେ ବି ଘଟଣା ସଂପର୍କରେ ବନ ବିଭାଗକୁ ଜଣା ନଥିବା ପରିତାପର ବିଷୟ। ଗୁରୁତର ମହିଳା ଜଣକ ହେଉଛନ୍ତି ବିରଞ୍ଚି ସାହୁଙ୍କ ସ୍ତ୍ରୀ ମହର୍ଗୀ ସାହୁ। ସେ ସକାଳୁ ଗାଁ ମୁଣ୍ଡରେ ଥିବା ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିଲେ।

ସେଠାରେ ତାଙ୍କୁ ଏକ ଭାଲୁ ଅତର୍କିତ ଆକ୍ରମଣ କରିଥିଲା। ଜୀବନ ବିକଳରେ ସେ ଚିତ୍କାର କରିବାରେ କିଛି ଲୋକ ପହଞ୍ଚି ତାଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କ ଚିକିତ୍ସା ଜାରି ଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ରହିଛି। ମାତ୍ର ଘଟଣା ଘଟିବାର ୧୨ ଘଣ୍ଟା ପରେ ରିଆମାଳ ରେଞ୍ଜର ନିରଞ୍ଜନ ଧରୁଆଙ୍କୁ ପଚାରିବାରେ ସେ ଘଟଣା ବାବଦରେ କିଛି ଜାଣି ନଥିବା କହିଛନ୍ତି। ବନ ବିଭାଗର ସ୍ଥାନୀୟ ମୁଖ୍ୟଙ୍କ ପାଖରେ ଅଞ୍ଚଳର ଖବର ରହୁନାହିଁ। ହାତୀ ଉପଦ୍ରବ ବି ଜାରି ରହିଥିବା ବେଳେ ବେଳେ ସେ ନେଇ ବନ ବିଭାଗ ପାଖରେ ଖବର ନ ରହିବା ବିଭାଗର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe