ନାଗାଗୁଡ଼ାରେ ଭାଲୁ ଆତଙ୍କ, ଲୋକେ ଭୟଭୀତ

ନାଗାଗୁଡ଼ାରେ ଭାଲୁ ଆତଙ୍କ, ଲୋକେ ଭୟଭୀତ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଫୁପୁଗାଁ ପଂଚାୟତ ଅନ୍ତର୍ଗତ ନାଗାଗୁଡ଼ା ଗ୍ରାମରେ ଭାଲୁ ଆତଙ୍କ ଦେଖାଦେଇଛି। ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି। ଝରିଗାଁ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଭୟଭୀତ ନହେବା ପାଇଁ ପରାମର୍ଶ ଦେଇଛନ୍ତି।

ସୂଚନା ପ୍ରକାରେ ନାଗାଗୁଡ଼ା ଗ୍ରାମକୁ ଲାଗିକି ନାଗାଗୁଡା ଜଙ୍ଗଲ ରହିଥିବା ବେଳେ ଆଜି ଭୋର ସକାଳୁ ଏକ ଭାଲୁ ନାଗାଗୁଡା ଗ୍ରାମ ଠାରୁ ୪ ଶହ ମିଟର ଦୂରରେ ଥିବା ହରିଡା ଗଛ ଉପରେ ଚଡି ଦେଇଥିଲା।ସକାଳୁ ଗ୍ରାମବାସୀ ଉଠିବା ପରେ ହରିଡା ଗଛରେ ଭାଲୁ ଥିବା ଦେଖି ଭୟଭୀତ ଅବସ୍ଥାରେ ରହି ଥିଲେ।ଗଛରେ ଭାଲୁ ଚଢ଼ି ଥିବା ଖବର ପ୍ରସାର ହେବା ପରେ ଭାଲୁକୁ ଦେଖିବା ପାଇଁ ଲୋକ ମାନଙ୍କ ପ୍ରବଳ ଭିଡ ହୋଇଥିଲା। ଫଳରେ ଲୋକମାନଙ୍କୁ ଦେଖି ଭାଲୁ ଗଛ ଉପରୁ ଆଉ ତଳକୁ ଆସୁନଥିଲା।

ଖବର ପାଇ ଫରେଷ୍ଟର ବିଷ୍ଣୁ ବିଷୋୟୀ, ଫରେଷ୍ଟ ଗାର୍ଡ କୃଷ୍ଣ ଚନ୍ଦ୍ର ବିଷୋୟୀ, ସାଗରିକା ସେଠୀ, ଅନନ୍ତ କୁମାର ଝାଙ୍କର ଓ ଅନ୍ୟାନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ପାଖକୁ ଯିବା ପାଇଁ ବାରଣ କରିବା ସହ ଗହଳି କରିବା ପାଇଁ ମନା କରିଥିଲେ। ସନ୍ଧ୍ୟା ସମୟରେ ଲୋକ ଗହଳି କମ ହେବା ପରେ ଭାଲୁ ନିଜେ ତଳକୁ ଆସି ଜଙ୍ଗଲ ଭିତରକୁ ଚାଲିଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe