ଡିଅର ପାର୍କରେ ଅଘଟଣ : ମରିଗଲା ଭାଲୁ ‘ଏଲିଜା’

ଡିଅର ପାର୍କରେ ଅଘଟଣ : ମରିଗଲା ଭାଲୁ ‘ଏଲିଜା’

TripAdvisor

ସମ୍ବଲପୁର : ବୁଧବାର ସକାଳ‌େ ସମ୍ବଲପୁର ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର(ଡିଅର ପାର୍କ)ରେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଥିବା ଭାଲୁ ‘ଲିଜା’ର ମୃତ୍ୟୁ ଘଟିଛି। ମୃତ ଭାଲୁକୁ ବୟସ ୧୬ ବର୍ଷ ଏକ ମାସ ହେଉଥିଲା। ଚିକିତ୍ସାରେ ଅବହେଳା ଯୋଗୁଁ ଭାଲୁର ମୃତ୍ୟୁ ଘଟିଥିବା କୁହାଯାଉଛି।

ପ୍ରାପ୍ତ ସୂଚନା ଅନୁସାରେ, ମୃତ ଭାଲୁ ୧୬ ବର୍ଷ ତଳେ ରେଢ଼ାଖୋଲରୁ ଧରାଯାଇ ସମ୍ବଲପୁର ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ରକୁ ଅଣାଯାଇଥିଲା। ଗତ ୧୬ ବର୍ଷ ହେଲା ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ରକୁ ଅଣାଯାଇଥିଲା। ଆଜି ସକାଳେ ତାର ମୃତ୍ୟୁ ଘଟିଥିଲା। ସନ୍ଧ୍ୟାରେ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ନିକଟରେ ‘ଏଲିଜା’କୁ ପୋଡ଼ି ଦିଆଯାଇଥିଲା। ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର ଦାୟିତ୍ବରେ ଥିବା ଡେପୁଟି ରେଂଜର ଶର୍ମିଲି ନାୟକଙ୍କୁ ପଚାରିବାରୁ ଗତ କିଛିଦିନ ହେଲା ଭାଲୁ ‘ଏଲିଜା’ ଖାଉ ନଥିଲା ବୋଲି କହିଛନ୍ତି। ଅପରପକ୍ଷରେ ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍ଓ କେ. ପ୍ରତାପ ଭାଲୁର ଟ୍ୟୁମର ଥିଲା। ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe