ଗାଡ଼ି ଧକ୍କାରେ ମା’-ଛୁଆ ଭାଲୁ ମୃତ

Advertisment
ଖଇରବଣି ଜଙ୍ଗଲରୁ ଅଣ୍ଡିରାଭାଲୁର ମୃତଦେହ ଉଦ୍ଧାର

Bear With Us

ରଗଡ଼ି : କୋରେଇ ବ୍ଲକ୍ ୨୦ ନମ୍ବର ଜାତୀୟ ରାଜପଥ ରଗଡ଼ି ଛକ ନିକଟ ଜିଲ୍ଲା ସରକାରୀ ପଲିଟେକନିକ କଲେଜ ସମ୍ମୁଖରେ ଅଜଣା ଗାଡ଼ି ଧକ୍କାରେ ଆଜି ଭୋର ବେଳେ ମା’ ଓ ଛୁଆ ଭାଲୁଙ୍କର ମୃତ୍ୟୁ ଘଟିଛି।

ଭୋର ସମୟରେ ମା’ ଭାଲୁ ସହିତ ୩ଟି ଛୁଆଭାଲୁ ରାସ୍ତା ପାର ହେଉଥିଲେ। ଦୁଇଟି ଛୁଆ ରାସ୍ତା ପାର ହୋଇଯାଇଥିବା ବେଳେ ମା’ ଭାଲୁ ଏବଂ ଗୋଟିଏ ଛୁଆ ପଛରେ ରହିଯାଇଥିଲେ। ଏହି ସମୟରେ ଏକ ଅଜଣା ଗାଡ଼ି ‌ଉଭୟ ମା’ ଓ ଛୁଆଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ମା’ଛୁଆଙ୍କର ମୃତ୍ୟୁ ଘଟିଥିଲା ବୋଲି ରେଂଜର ଦେବେନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ପଲିଟେକନିକ ନିକଟ ଶାଗୁଆନ ଜଙ୍ଗଲ ଏବଂ କେତେକ ପଥର ଛଇ ଖୋଲରେ ଭାଲୁ ରହୁଛନ୍ତି। ଶାଗୁଆନ ଜଙ୍ଗଲରୁ ମା’ ଓ ଛୁଆ ଭାଲୁ ମଂଜରି ମୌଜା ନିକଟରେ ରାସ୍ତା ପାର ହୋଇ ଆରପଟ କାଜୁଜଙ୍ଗଲକୁ କିମ୍ବା ଉଇ ଖାଇବାକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe