ମହୁଁଫେଣା ଖାଇବା ଲୋଭରେ ଗଛ ଉପରେ ଚଢ଼ିଲା ଭାଲୁ

Advertisment
ମହୁଁଫେଣା ଖାଇବା ଲୋଭରେ ଗଛ ଉପରେ ଚଢ଼ିଲା ଭାଲୁ

ତେନ୍ତୁଳିଖୁଣ୍ଟି : ମହୁଁଫେଣା ଖାଇବା ଲୋଭରେ ଗଛ ଉପରେ ଚଢ଼ି ଭାଲୁ ଫସିଲା। ଏଭଳି ଏକ ରୋଚକ ଦୃଶ୍ୟ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅମଳାଭଟ୍ଟା ପଂଚାୟତ ଅନ୍ତର୍ଗତ ଡ଼େଙ୍ଗାଗୁଡ଼ା ଗ୍ରାମରେ। ଗତ ବିଳମ୍ବିତ ରାତ୍ରରୁ ଭାଲୁଟି ଗାଁ ନିକଟରେ ଥିବା ଏକ ସେମିଳି ଗଛ ଉପରେ ଚଢ଼ି ରହିଛି। ଗଛ ନିକଟରେ ଜନ ଗହଳି ରହୁଥୁବା କାରଣରୁ ଭାଲୁଟି ଭୟରେ ଗଛ ଉପରେ ସୁରକ୍ଷିତ ଭାବେ ଆଶ୍ରୟ ନେଇଁଥୁବା ଅନୁମାନ କରାଯାଉଛି। ତେବେ ବନ ବିଭାଗର ହସ୍ତକ୍ଷେପ ପରେ ଆଜି ମଧ୍ୟାହ୍ନରେ ଭାଲୁଟି ତଳକୁ ଓହ୍ଲାଇ ଜଙ୍ଗଲ ମୁହାଁ ହୋଇଛି।

ସୂଚନା ଅନୁଯାୟୀ ଡେଙ୍ଗାଗୁଡା ଗ୍ରାମ ଉପକଣ୍ଠରେ ଏକ ବିରାଟ ସେମିଳି ଗଛ ଅଛି। ଉକ୍ତ ଗଛରେ ବଡ଼ବଡ଼ ଅନେକ ମହୁଁଫେଣା ରହିଛି। ଗତ ବିଳମ୍ବିତ ରାତ୍ର ରେ ଏକ ଜଙ୍ଗଲୀ ଭାଲୁ ମହୁଁ ଖାଇବାକୁ ସେମିଳି ଗଛରେ ଚଡିଥିଲା। ଏହାପରେ ମହୁଁ ଖାଇବାକୁ ଲାଗିଥିଲା। ମହୁଁ ଖାଇବା ଭିତରେ ପାହାନ୍ତିଆ ସମୟ ହୋଇଥିଲା। ସେହି ସମୟରେ ଉକ୍ତ ରାସ୍ତା ଦେଇ କିଛି ଲୋକ ଶୌଚ ହେବାକୁ ଯାଉଥୁବା ସମୟରେ ଗଛ ଉପରେ ଥିବା ଭାଲୁ ଉପରେ ନଜର ପଡିଥିଲା। ଏହି ଖବର ଗ୍ରାମରେ ପ୍ରଚାରିତ ହେବା ପରେ ଭାଲୁ ଦେଖିବାକୁ ଗଛ ତଳେ ଲୋକଙ୍କ ଭିଡ଼ ଜମିଥିଲା। ଲୋକଙ୍କୁ ଦେଖି ଭାଲୁଟି ଆଉ ତଳକୁ ଓଲ୍ହାଇ ନଥିଲା। କିଛି ସମୟ ପରେ ବନ ବିଭାଗ କୁ ଯୋଗାଯୋଗ କରାଯାଇଥିଲା। ବନ ବିଭାଗ କର୍ମଚାରୀ ପହଂଚି ପ୍ରଥମେ ଗଛ ତଳେ ରୁଣ୍ଡ ହୋଇଥିବା ଲୋକଙ୍କୁ ଖାଲି କରିଥିଲେ। କିଛି ସମୟ ଉକ୍ତ ସ୍ଥାନ ଟି ଖାଲି ହେବାସହ ସମ୍ପୂର୍ଣ ନିରବ ହେବା ପରେ ଭାଲୁଟି ଗଛରୁ ତଳକୁ ଓଲ୍ହାଇ ଆଜି ମଧ୍ୟାହ୍ନରେ ଜଙ୍ଗଲ ମୁହାଁ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe