ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ଭାଲୁ, ଛାତ୍ରଛାତ୍ରୀ ଆତଙ୍କିତ

Advertisment
ଜବାହର ନବୋଦୟ ବିଦ୍ୟାଳୟ ପରିସରରେ ଭାଲୁ, ଛାତ୍ରଛାତ୍ରୀ ଆତଙ୍କିତ

ତେନ୍ତୁଳିଖୁଣ୍ଟି: ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଅଞ୍ଚଳରେ ଭାଲୁ ଚଳପ୍ରଚଳ କିଛି ନୁଆଁ କଥା ନୁହେଁ। ପ୍ରତ୍ୟେକ ଦିନ କୋଉଠି ନା କୋଉଠି ଭାଲୁ ଚଳପ୍ରଚଳ କରୁଥୁବା ଦୃଶ୍ୟ ନଜରକୁ ଆସୁଛି। ସନ୍ଧ୍ୟା ହେବା ମାତ୍ରେ ମାଳ ମାଳ ଭାଲୁ ଜଙ୍ଗଲ ଓ ପାହାଡ଼ରୁ ବାହାରି ଗାଁ ମୁହାଁ ହୁଅନ୍ତି। ଖାଦ୍ୟ ଅନ୍ୱେଷଣରେ ଭାଲୁମାନେ ଗାଁ ଭିତରକୁ ପଶି ଆସୁଛନ୍ତି। ହେଲେ ଗତ କିଛିଦିନ ହେଲା ଇନ୍ଦ୍ରାବତୀ ପ୍ରକଳ୍ପ ଅଧିନସ୍ଥ ଖାତିଗୁଡା ଜବାହର ନବୋଦୟ ବିଦ୍ୟାଳୟ ପରିସର ମଧ୍ୟରେ ଭାଲୁ ବୁଲୁଥୁବା ନଜରକୁ ଆସିଛି। ଫଳରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଚିନ୍ତାରେ ପଡିଛନ୍ତି।

ଏହି ଖବର ଶୁଣି ବିଦ୍ୟାଳୟ ପରିସର ଭିତରେ ରହୁଥୁବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ସମ୍ପୃକ୍ତ ବିଦ୍ୟାଳୟ ଖାତିଗୁଡା ଉପକଣ୍ଠରେ ସ୍ଥାପିତ ହୋଇଥୁବା ବେଳେ ନିକଟରେ ଜଙ୍ଗଲ, ପାହାଡ଼ ଲାଗିରହିଛି। ତେବେ ଗତ କିଛିଦିନ ହେଲା ନିକଟସ୍ଥ ଜଙ୍ଗଲରୁ ଏକ ଭାଲୁ ଚାଲିଆସି ନବୋଦୟ ବିଦ୍ୟାଳୟ ମଧ୍ୟରେ ବୁଲାବୁଲି କରୁଥୁବା ଦେଖିବାକୁ ମିଳିଛି। ରାତ୍ର ୯ ଘଣ୍ଟା ପରେ ପାଚେରୀ ଡେଇଁ ଭାଲୁଟି ବିଦ୍ୟାଳୟ ପରିସର ମଧ୍ୟରେ ପ୍ରବେଶ କରୁଛି। ବହୁ ସମୟ ଧରି ଭାଲୁଟି ବିଦ୍ୟାଳୟ ପାଚେରୀ ମଧ୍ୟରେ ବୁଲାବୁଲି କରି ଖାଦ୍ୟ ଅନ୍ୱେଷଣ କରିବା ପରେ ପୁଣି ଜଙ୍ଗଲକୁ ଚାଲି ଯାଉଛି।

publive-image

ତେବେ ଗତ ୭ ତାରିଖ ରାତ୍ର ସାଢେ ୯ ଘଣ୍ଟା ସମୟରେ ବିଦ୍ୟାଳୟ ପରିସର ମଧ୍ୟରେ ରହୁଥୁବା ପ୍ରିନ୍ସପାଲ ଭି.ଦୁର୍ଗା ପ୍ରସାଦ ପରିସର ମଧ୍ୟରେ ଏକ ଭାଲୁ ବୁଲୁଥୁବା ଦେଖିବାକୁ ପାଇଥିଲେ। ଏହାପରେ ନିଜ ମୋବାଇଲ ଯୋଗେ ଭାଲୁଟିର ଫୋଟ ଉତ୍ତୋଳନ କରି ଛାତ୍ରଛାତ୍ରୀଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ।ସେହିପରି ବିଦ୍ୟାଳୟ ପରିସରରେ ଭାଲୁ ପ୍ରବେଶ କରୁଥୁବା ନେଇଁ ନବରଙ୍ଗପୁର ଜିଲ୍ଲାପାଳ ତଥା ଡିଏଫଓ ଙ୍କୁ ପତ୍ର ମାଧ୍ୟମରେ ବିଦ୍ୟାଳୟ ପ୍ରିନ୍ସପାଲ ଜଣେଇଥିବା ସୂଚନା ମିଳିଛି। ପ୍ରତ୍ୟେକ ରାତ୍ରରେ ଭାଲୁ ବିଦ୍ୟାଳୟ ପରିସରରେ ପ୍ରବେଶ ନେଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ତଥା ଛାତ୍ରଛାତ୍ରୀ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏଣୁ ବିଦ୍ୟାଳୟ ଛାତ୍ରଛାତ୍ରୀ ତଥା ଅଧ୍ୟାପକ, ଅଧ୍ୟାପିକାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ କିଛି ପ୍ରତିକାର ବ୍ୟବସ୍ଥା କରିବାର ଆବଶ୍ୟକତା ରହିଥୁବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe