ପଦା ହେଉଛି ଜଙ୍ଗଲ, ଗାଁମୁହାଁ ବନ୍ୟଜନ୍ତୁ: ରାଜପଥକୁ ଆସିଲା ଜଙ୍ଗଲୀ ଭାଲୁ

Advertisment
ପଦା ହେଉଛି ଜଙ୍ଗଲ, ଗାଁମୁହାଁ ବନ୍ୟଜନ୍ତୁ: ରାଜପଥକୁ ଆସିଲା ଜଙ୍ଗଲୀ ଭାଲୁ

UntamedAnimals

ବିଜେପୁର: ବରଗଡ଼ ଜିଲ୍ଲାରେ ୪୩ ଡିଗ୍ରି ଉପରକୁ ଗଲାଣି ତାପମାତ୍ରା। ତାପମାତ୍ରା ବୃଦ୍ଧି ସହ ଜଳାଶୟ ଶୁଖିବା ଯୋଗୁଁ ଜଙ୍ଗଲ ଜୀବନ ମଧ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଭିନ୍ନ କାରଣରୁ ଜଙ୍ଗଲଗୁଡ଼ିକ ପୋଡ଼ି ଟାଙ୍ଗରା ଭୂଇଁରେ ପରିଣତ ହୋଇଛି। ଫଳରେ ଜଙ୍ଗଲରେ ଜଳାଭାବ ଦେଖାଦେଇଛି। ଏହି କାରଣରୁ ଗାଁମୁହାଁ ହେଉଛନ୍ତି ବନ୍ୟଜନ୍ତୁ। ଘେଁସ ରାଜପଥ ଦେଇ ଏକ ଜଙ୍ଗଲି ଭାଲୁ ଯାଉଥିବା ଆଖପାଖ କେତେକ ଲୋକେ ଦେଖିବା ପରେ ସ୍ଥାନୀୟ ଅଂଚଳରେ ଏବେ ଆତଙ୍କ ସୃଷ୍ଟି ହୋଇଛି। ଏନେଇ ଘେଁସ ବନ ବିଭାଗ ଖବର ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି।

ବିଜେପୁର ବ୍ଲକ୍‌ର ବଡବାଉଁସେନ ଅଂଚଳରୁ ଆସିଥିବା ଉକ୍ତ ଭାଲୁଟି ଶନିମାଲ-କୁଚିପାଲି ମଧ୍ୟବର୍ତ୍ତୀ ଅଂଚଳର ବିଜୁ ଏକ୍ସେପ୍ରସ୍‌ ‌େୱ ପାର୍‌କରି ଝାଂଜ ପାହାଡ଼ ଅଭିମୁଖେ ଯାଇଥିବା ଅନୁମାନ କରାଯାଉଛି ବୋଲି ଘେଁସ ବନଖଣ୍ତ ଅଧିକାରୀ ଗଜେନ୍ଦ୍ର ଏଣ୍ତଜା କହିଛନ୍ତି। କିଛି ବର୍ଷ ପୂର୍ବରୁ ଲାଉମୁଣ୍ତା ଗ୍ରାମରେ ଭାଲୁ ଆକ୍ରମଣରେ ଚାରି ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ଭୋରରେ ରାନୀମାଲ ନିକଟ ତାଲମୁଣ୍ତା ବନ୍ଧକୁ ଶୈାଚ ହେବା ପାଇଁ ଯାଇଥିବା ବେଳେ ଲୋକେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ବନ୍ଧକୁ ପାଣି ପିଇବାକୁ ଆସିଥିବା ଭାଲୁଟି ଲୋକଙ୍କୁ ଆକ୍ରମଣ କରିଥିଲା। ଏହା ପୂର୍ବରୁ ପଦ୍ମପୁର ଅଂଚଳରେ ଖରା ଦିନିଆ ହାତୀ ଆକ୍ରମଣ ହୋଇଥିଲା। ଦୀପ୍ତିପୁର-ଦୁବୁଲାବାହାଲ ଅଂଚଳରେ ରାଜପଥ ପାରି ହୋଇ ହାତୀ ଯାତାୟାତ କରୁଥିବା ଘଟଣା ଆତଙ୍କ ସୃଷ୍ଟି କରିଥିଲା। ଖରାଦିନରେ ମହୁଲଫୁଲ ସଂଗ୍ରହ ପାଇଁ ଜଂଗଲ ପୋଡ଼ି ଏବଂ ଜାଳେଣି ପାଇଁ ବ୍ୟାପକ ଗଛକାଟ ଯୋଗୁଁ ବନ୍ୟଜନ୍ତୁ ଖାଦ୍ୟ ପାଇଁ ନିକଟସ୍ଥ ଗଁାମୁହଁା ହେଉଛନ୍ତି। ଏନେଇ ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe