ଛୁଆକୁ ସାଥୀରେ ନେଇଁ ଗାଁକୁ ପଶିଲା ମା’ ଭାଲୁ

Advertisment
ଛୁଆକୁ ସାଥୀରେ ନେଇଁ ଗାଁକୁ ପଶିଲା ମା’ ଭାଲୁ

ନୂଆପଡ଼ା: ସଦର ବ୍ଳକ ଗୋଡଫୁଲା ଗାଁକୁ ପଶିଲେ ମାଁ ଓ ଛୁଆ ଭାଲୁ। ଗାଁର ଅଧିକ ଲୋକଙ୍କ ଘରବାରିକୁ ମା’ ଓ ଛୁଆ ଭାଲୁ ପଶି ଦୁଇ ଘଣ୍ଟା ରହି ଯାଇଥିଲେ। ଏହା ପରେ ଭାଲୁ ଦୁଇଟି ଗାଁ ମୁଣ୍ଡରେ ଆତଙ୍କ ଖେଲାଇଥିଲେ।

publive-image

ଆଜି ସକାଳେ ସଦର ବ୍ଳକ ଗୋଡଫୁଲା ଗାଁକୁ ମା’ ଭାଲୁ ଓ ଏହାର ଛୁଆ ଆସିଥିଲା । ଗାଁ ମୁଣ୍ଡ ବୁଦା ଭିତରେ ୯ ଘଣ୍ଟା ଧରି ରହିଥିଲେ । ଅପରାହ୍ନ ୩ଟାରେ ଗାଁର ଅଧିକ ଲୋକଙ୍କ ଘରବାରୀକୁ ପଶି ଯାଇଥିଲେ । ସେଠାରେ ୨ ଘଣ୍ଟା ରହିବା ପରେ ଘରବାରିରୁ ବାହାରିଥିଲେ। ଏହା ପରେ ଗାଁ ମୁଣ୍ଡରେ ଆତଙ୍କ ଖେଳାଥିଲେ । ଲୋକେ ଭୟଭୀତ ହୋଇଯାଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ବନ ବିଭାଗ ପହଂଚି ନଥିବାରୁ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଗାଁ ନିକଟ ସାଲିହା ଜଙ୍ଗଲରୁ ଖାଦ୍ୟ ଅନ୍ବେଷଣରେ ଦୁଇ ଭାଲୁ ଗାଁକୁ ପଶିଥିବା ଲୋକେ କହିଛନ୍ତି। ତେବେ ଭାଲୁ ଦ୍ବୟଙ୍କ କାରଣରୁ ଲୋକଙ୍କର କୌଣସି କ୍ଷତି ହୋଇ ନ ଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe