bear is roaming in the city of Malkangari Photograph: (sambad.in)
ମାଲକାନଗିରି: ମାଲକାନଗିରି ସହର ମଧ୍ୟରେ ରାତିରେ ଦୁଇଟି ଭାଲୁ ବୁଲୁଥିବା ଭିଡିଓ ଭାଇରାଲ ପରେ ଭାଲୁ ଦୁଇଟିକୁ ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି। ସୂଚନା ଅନୁଯାୟୀ ଜିଲ୍ଲା ସଦରରେ ଥିବା ତଳ ସାହି ଏବଂ ଆଖପାଖ ଅଞ୍ଚଳରେ ଦୁଇଟି ଭାଲୁ ବୁଲୁଥିବାର ଫଟୋ ସିସିଟିଭିରେ କଏଦ ହୋଇଛି।
ଦୁଇଟି ଭାଲୁ ଏକ ସାଙ୍ଗରେ ବୁଲୁଥିବା ବେଳେ ସେମାନେ ଖାଦ୍ୟ ଅନ୍ଵେଷଣରେ ସହର ମଧ୍ୟରେ ପଶିଥିବା ଅନୁମାନ କରାଯାଉଛି। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।
ଅଧିକ ପଢ଼ନ୍ତୁ: ମହାଶିବରାତ୍ରି: ରାତି ୧୦ଟାରେ ଲିଙ୍ଗରାଜ ମନ୍ଦିରରେ ଉଠିବ'ମହାଦୀପ'
ଏହି ଭିଡିଓ ଦେଖିବା ପରେ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଭାଲୁଗୁଡିକ ଜନ ବସତି ଅଞ୍ଚଳରେ ମଧ୍ୟରେ ବୁଲୁଥିବା ବେଳେ କାହାର କିଛି କ୍ଷତି କରି ନାହାନ୍ତି। କିନ୍ତୁ ଲୋକେ ରାତି ହେଲେ ବାହାରକୁ ବାହାରିବା ପାଇଁ ଭୟ କରୁଥିବା ଦେଖିବାକୁ ମିଳିଛି।
ବନ ବିଭାଗ ପକ୍ଷରୁ ଭାଲୁ ଦୁଇଟିକୁ କାବୁ କରିବା ପାଇଁ ସାଧାରଣରେ ଦାବି ହୋଇଛି। ପୂର୍ବରୁ ମଧ୍ୟ ଏହିପରି ଭାଲୁ ସହର ମଧ୍ୟକୁ ପଶି ଆସିଥିବାର ନଜିର ରହିଛି।
ଅଧିକ ପଢ଼ନ୍ତୁ: ଦୁର୍ଦ୍ଦାନ୍ତ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
Follow Us