Bear With Us
ବାଲେଶ୍ବର : ବାଲେଶ୍ବର ଜିଲ୍ଲା ନୀଳଗିରି ଫରେଷ୍ଟ ରେଞ୍ଜ ଅଧୀନ ଖଇରବଣି ଜଙ୍ଗଲରୁ ଶୁକ୍ରବାର ଭୋର୍ ସମୟରେ ଏକ ଅଣ୍ଡିରା ଭାଲୁର ମୃତଦେହ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବା ବେଳେ ଭାଲୁ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବରପାଇ ନୀଳଗିରି ରେଂଜର ମନୱର ଖାଁ, ଫରେଷ୍ଟର ଦେବରାଜ ରାଉତ ସଦଳବଳେ ସେଠାରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ପରେ ତାକୁ ବ୍ୟବଚ୍ଛେଦ କରି ସଜନାଗଡ଼ ନର୍ସରୀରେ ପୋତି ଦିଆଯାଇଥିବା ଜଣାଯାଇଛି। ବୟସ ଅଧିକ କାରଣରୁ ଭାଲୁଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି କୁହାଯାଇଛି।
/sambad/media/post_attachments/wp-content/uploads/2021/04/bear-1.jpg)
Follow Us