ଘରୋଇ ସହାୟକଙ୍କୁ ଖୁଣ୍ଟିରେ ବାନ୍ଧି ପିଟିଲେ

Advertisment
ଘରୋଇ ସହାୟକଙ୍କୁ ଖୁଣ୍ଟିରେ ବାନ୍ଧି ପିଟିଲେ

ପୁରୀ: ମାଲିକଙ୍କ ମୁହଁରେ ଉତ୍ତର ଦେଲା ବୋଲି ଘରୋଇ ସହାୟକ ଥିବା ଜଣେ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପ୍ରବଳ ମାଡ଼ ମରାଯାଇଛି। ଦୀର୍ଘ ଏକ ଘଣ୍ଟାର ମାଡ଼ରେ ଯୁବକଜଣକ ଲହୁଲୁହାଣ ହୋଇଛନ୍ତି। ପୁରୀ ଜିଲ୍ଲା ଡେଲାଙ୍ଗ ଷ୍ଟେସନ ବଜାରରେ ଏହି ଘଟଣା ଘଟିଛି। ମାଡ଼ ମାରୁଥିବା ବ୍ୟକ୍ତି ପ୍ରଭାବଶାଳୀ ହୋଇଥିବାରୁ ଶହ ଶହ ଲୋକ କେବଳ ନିରବଦ୍ରଷ୍ଟା ସାଜିଛନ୍ତି। ଜଣେ ହେଲେ କାହାର ପୁଲିସ୍‍କୁ ଡାକିବା ପାଇଁ ସାହସ ହୋଇନାହିଁ। ଘଟଣାକୁ ୨୪ ଘଣ୍ଟା ପୂରିଥିବା ବେଳେ ସୋସିଆଲ ମିଡିଆରେ ଫଟୋ ପଦାକୁ ଆସିବା ପରେ ତନାଘନା ହୋଇଛି। ମାଡ ମାରିଥିବା ଲୋକ ମଜ୍ଜା ନେବାପାଇଁ ଏହାକୁ ସୋସିଆଲ ମିଡିଆରେ ଦେଇଥିବା ଚର୍ଚ୍ଚା ହେଉଛି। ମାଲିକଙ୍କର ସେଠାରେ ଏକ ସିମେଣ୍ଟ ଗୋଦାମ ରହିଛି। ସେଠାରେ ଏହି ଯୁବକ କାମ କରୁଥିଲା। ମାଡ଼ ଭୟରେ ସମ୍ପୃକ୍ତ ଯୁବକ କିଛି କହିବା ପାଇଁ ଚାହୁଁନଥିବା ବେଳେ ତାଙ୍କୁ ଚୋରି କରିବା ଅଭିଯୋଗରେ ମାଡ଼ ହେଉଥିବା କୁହାଯାଉଛି। ପୁଲିସ୍‍ ପାଖରେ ଖବର ରହିଥିଲେ ମଧ୍ୟ ଏହାକୁ ଗୁରୁତର ସହ ନିଆଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe