ବଚସାରୁ ପତ୍ନୀକୁ ପିଟି ପିଟି ମାରିଦେଲା, ଥାନାରେ ଅଟକ

ଥାଲାସେମିଆରେ ଯୁବକ ମୃତ, ବର୍ଷକରେ ଦୁଇ ଭାଇଙ୍କ ଜୀବନ ଗଲା

ThePleasantDream

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ୍ ଅଡ଼ବା ଥାନା ଅଧୀନ ବାଡ଼େଗୁଡ଼ା ପଞ୍ଚାୟତର ପାଦେରମା ଗ୍ରାମରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଛି ମଦ୍ୟପ ସ୍ବାମୀ। ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ଏନେଇ କେସ୍‌ ନଂ ୯୩/୨୨ରେ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡ଼ିଛି।

ସୂଚନା ପ୍ରକାରେ, ପାଦେରମା ଗ୍ରାମର ପ୍ରମୋଦ ମଳିକ ସେହି ଗ୍ରାମର ପଦ୍ମିନୀ ମଳିକଙ୍କୁ ପ୍ରେମ ବିବାହ କରିଥିଲା। ତାଙ୍କର ୩ ପୁଅ ଏବ˚ ୩ ଝିଅ ଅଛନ୍ତି। ବଡ଼ଝିଅର ବିବାହ ସରିଥିବା ବେଳେ ଅନ୍ୟମାନଙ୍କ ସହ ତାଙ୍କ ପରିବାର ଖୁସିରେ ଚାଲିଥିଲା। ବଡ଼ ପୁଅ ସାମନ୍ତ ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ପଢ଼ୁଥିବା ବେଳେ ଦ୍ବିତୀୟ ପୁଅ ମୋହନା ହାଇସ୍କୁଲ ଏବ˚ ସାନପୁଅ ସ୍ଥାନୀୟ ଉନ୍ନୀତ ଉଚ୍ଚବିଦ୍ୟାଳୟରେ ପଢୁଛି। ସାନଝିଅ ପଢ଼ା ଛାଡ଼ି ଘରୋଇ କାମରେ ସହଯୋଗ କରୁଛି। ଗତକାଲି ସନ୍ଧ୍ୟାରେ ପ୍ରମୋଦ ଅତ୍ୟଧିକ ମଦ୍ୟପାନ ଘରକୁ ଆସିଥିଲେ। ପରେ କୌଣସି କଥାକୁ ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟ କଥା କଟାକଟି ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ପଦ୍ମିନୀଙ୍କୁ ନୃଶଂସ ଭାବେ ପିଟିଥିଲେ ଅଭିଯୁକ୍ତ ସ୍ବାମୀ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ସୂଚନା ଥାଉକି, କିଛିଦିନ ତଳେ ଏହି ଥାନା ଅଧୀନ ଶିଙ୍କୁଲିପଦର ପଞ୍ଚାୟତ ଭାଲିଆଗଣି ଗ୍ରାମରେ ମଧ୍ୟ ସାମାନ୍ୟ କଥାକୁ ନେଇ ସ୍ବାମୀ ତାର ପତ୍ନୀକୁ ପଥରରେ ଛେଚି ହତ୍ୟା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe