ନାଏବ ସରପଞ୍ଚଙ୍କ ମାଡ଼ରେ ଦମ୍ପତି ଗୁରୁତର

Advertisment
ନାଏବ ସରପଞ୍ଚଙ୍କ ମାଡ଼ରେ ଦମ୍ପତି ଗୁରୁତର

Daily Mail

ଘଟଗାଁ: କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅଧୀନ ଚିନାମାଳିପଶି ପଞ୍ଚାୟତର ନାଏବ ସରପଞ୍ଚ ଗୌତମ ନାଏକଙ୍କ ମାଡ଼ରେ ଗୋରୁ ଚରାଉଥିବା ଦମ୍ପତି ଆହତ ହୋଇଛନ୍ତି। ସେମାନେ ହେଲେ ନୂଆପଡ଼ା ଗ୍ରାମର ବିରଞ୍ଚି ବେହେରା ଓ ତାଙ୍କ ପତ୍ନୀ ସୁଲୋଚନା। ଉଭୟଙ୍କୁ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ବିରଞ୍ଚି ଓ ପତ୍ନୀ ସୁଲୋଚନା ଗ୍ରାମବାସୀଙ୍କ ଗୋରୁଗାଈ ଚରାଇ ଗୁଜୁରାଣ ମେଣ୍ଟାଇଥାନ୍ତି। ୨୯ ତାରିଖରେ ନାଏବ ସରପଞ୍ଚ ଶ୍ରୀ ନାଏକ ତାଙ୍କ ବାଡ଼ିରେ ପଶି ଗୋରୁ ଛୁଇଁ ଖାଇଗଲେ ବୋଲି ମିଥ୍ୟା ଅଭିଯୋଗ କରି ବିରଞ୍ଚି ଓ ସୁଲୋଚନାଙ୍କୁ ଏକ ତାରବାଡ଼ିରେ ନିସ୍ତୁକ ମାଡ଼ ମାରିଥିଲେ। ଶ୍ରୀ ନାଏକଙ୍କ ମାଡ଼ରେ ସ୍ବାମୀ-ସ୍ତ୍ରୀ ଲହୁଲୁହାଣ ହେବା ସହ ଏ ସମ୍ପର୍କରେ ସେମାନେ ଗୋରୁ ମାଲିକଙ୍କୁ ଜଣାଇଥିଲେ। ଗୋରୁ ମାଲିକମାନେ ଉଭୟଙ୍କୁ ଡାକ୍ତରଖାନା ନେବା ସହ ଘଟଣାସ୍ଥଳକୁ ଯାଇଥିଲେ। କିନ୍ତୁ ସେଠାରେ ଗୋରୁଗାଈ କୌଣସି କ୍ଷୟକ୍ଷତି କରି ନଥିବା ଦେଖିବାକୁ ପାଇଥିଲେ।

ଏହାକୁ ନେଇ ଗାଁରେ ବ‌ୈଠକ ବସିଥିଲା। ମାତ୍ର ବୈଠକକୁ ନାଏବ ସରପଞ୍ଚ ଶ୍ରୀ ନାଏକ ଆସି ନଥିଲେ। ଆଜି ଗ୍ରାମର ଈଶ୍ୱର ଚନ୍ଦ୍ର ଟୁଡ଼ୁ, ବିଦ୍ୟାଧର ମହାନ୍ତ, ଦେବାଶିଷ ମହାନ୍ତ, ଅଭିମନ୍ୟୁ ମହାନ୍ତ, ଭଦଏ ଟୁଡ଼ୁ, ସାହେବ ଟୁଡ଼ୁ, ରାମ ମାଝୀ, ସୁନୀଲ ମାଝୀ, ଭାଗବତ ମାଝୀ, ଗଣେଶ୍ବର ମାଝୀ, ସଞ୍ଜୟ ମାଝୀ, ବୁଟାସିଂ ମାଝୀ, ରଙ୍ଗନାଥ ମାଝୀ ଘଟଗାଁ ଥାନାରେ ଫେରାର ହୋଇଛନ୍ତି। ଆକ୍ରମଣର ଶିକାର ହୋଇଥିବା ଦମ୍ପତି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଦମ୍ପତିଙ୍କୁ ନ୍ୟାୟ ପ୍ରଦାନ ପାଇଁ ଗ୍ରାମବାସୀ ଥାନା ଅଧିକାରୀ ପ୍ରତିଭା ମଞ୍ଜରୀ ସାହୁଙ୍କ ନିକଟରେ ଗୁହାରି କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe