ଗାଁ ଦାଣ୍ଡରେ ମହିଳାଙ୍କୁ ଅର୍ଦ୍ଧଉଲଗ୍ନ କରି ମାଡ଼

Advertisment

ଏତଲା ରଖିଲାନି ସ୍ଥାନୀୟ ଥାନା, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ନିର୍ଯାତିତା

ଏତଲା ରଖିଲାନି ସ୍ଥାନୀୟ ଥାନା, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ନିର୍ଯାତିତା

ଗାଁ ଦାଣ୍ଡରେ ମହିଳାଙ୍କୁ ଅର୍ଦ୍ଧଉଲଗ୍ନ କରି ମାଡ଼

puri.business.site

ପୁରୀ : ଗାଁ ଦାଣ୍ଡରେ ମହିଳାଙ୍କୁ ଅର୍ଦ୍ଧଉଲଗ୍ନ କରି ମାଡ଼ ମରାଯାଇଛି। ସରକାରୀ ଜାଗାରେ ଘର କରିବାକୁ ନେଇ ଏଭଳି ତୁମୁଳକାଣ୍ଡ ଘଟିଥିବାବେଳେ ସ୍ଥାନୀୟ ଥାନା ଏତଲା ଗ୍ରହଣ କରିନାହିଁ। ଫଳରେ, ସମ୍ପୃକ୍ତ ମହିଳା ଏସ୍‌ପିଙ୍କ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି। ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ କାଦୁଆ ଅଞ୍ଚଳର ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ଆକ୍ରୋଶର ଶିକାର ହୋଇଥିବା ମହିଳାଙ୍କ ଅଭିଯୋଗ ମୁତାବକ, ସେ କାଦୁଆସ୍ଥିତ ଏକ ଗ୍ରାମର ରାସ୍ତାକଡ଼ରେ ସରକାରୀ ଜାଗାରେ ଘରକରି ଦେଢ଼ବର୍ଷ ହେଲା ରହିଆସୁଛନ୍ତି। କିନ୍ତୁ, ତାଙ୍କ ପଡ଼ୋଶୀ ସେଇ ଜାଗା ଛାଡ଼ି ଅନ୍ୟତ୍ର ଚାଲିଯିବାକୁ ବାରମ୍ବାର କହି ଆସୁଥିଲେ। ଧାରକରଜ କୁଡ଼ିଆ ତୋଳି ରହୁଥିବାରୁ, କରଜ ପଇସା ଶୁଝିଗଲେ ଅନ୍ୟତ୍ର ଭଡ଼ାଘର ନେଇ ରହିବେ ବୋଲି ସେ କହିଥିଲେ। ଦୁଇ ପରିବାର ମଧ୍ୟରେ ଏନେଇ ବାରମ୍ବାର କଥା କଟାକଟି ହେଉଥିଲା। ଏହି ସରକାରୀ ଜାଗା ନିକଟରେ ଏକ ଆଶ୍ରମର ଜାଗା ଥିବାରୁ ଆକ୍ରୋଶର ଶିକାର ହୋଇଥିବା ମହିଳା ତାଙ୍କ ପାଇଁ ଘର ତୋଳିଦେବାକୁ ଆଶ୍ରମ କର୍ମକର୍ତ୍ତାଙ୍କୁ ନିବେଦନ କରିଥିଲେ। ଏଥିରେ ଆଶ୍ରମ କର୍ମକର୍ତ୍ତା ସମ୍ମତି ଜଣାଇଥିଲେ। ମାତ୍ର , ମହିଳାଙ୍କୁ ମାଡ଼ ମାରିଥିବାଲୋକେ ତାଙ୍କ ପାଇଁ ଘର ନ କରିବାକୁ ଆଶ୍ରମ କର୍ମକର୍ତ୍ତାଙ୍କୁ ପ୍ରବର୍ତ୍ତାଇଥିଲେ। ଏହି କଥାକୁ ନେଇ ଦୁଇ ପକ୍ଷ ମଧ୍ୟରେ ବିବାଦ ବଢ଼ିଥିଲା। ଫଳରେ, ମହିଳାଙ୍କୁ ତାଙ୍କ ଘର ବାରଣ୍ଡାରୁ ଘୋଷାଡ଼ି ଆଣି ଅର୍ଦ୍ଧ ଉଲଗ୍ନ କରି ମାଡ଼ ମରାଯାଇଥିଲା। ମହିଳାଙ୍କ ମାଡ଼ ମରାଯାଉଥିବାବେଳେ ତାଙ୍କ ଝିଅ ଓ ପୁଅ କାକୁତିମିନତି ହେଉଥିଲେ ମଧ୍ୟ ଆକ୍ରମଣକାରୀମାନେ କିଛି ଶୁଣିନଥିଲେ। ଚୁଟି ଭିଡ଼ି ବିଧା ଗୋଇଠା ମାରିଥିଲେ। ପରେ ତାଙ୍କ ସ୍ବାମୀ ଭିଡିଓ ରେକର୍ଡିଂ କରୁଥିବା ନେଇ ଦେଖିବା ପରେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ।

ଘଟଣା ପରଦିନ ମହିଳା ତାଙ୍କ ସ୍ବାମୀ ଓ ଶ୍ବଶୁରଙ୍କ ସହ ସତ୍ୟବାଦୀ ଥାନା ଯାଇ ଲିଖିତ ଅଭିଯୋଗ କରିଥିଲେ। ମାତ୍ର, ତାଙ୍କ ଏତଲା ରଖାଯାଇ ନ ଥିବା ବୋଲି ମହିଳା ଜଣକ କହିଛନ୍ତି। ରାତି ୧୨ଟା ପର୍ଯ୍ୟନ୍ତ ଥାନାରେ ବସି ରହିଥିଲେ। ଅଥଚ ଥାନା ପକ୍ଷରୁ ତାଙ୍କୁ ଓଲଟା ଧମକ ଦିଆଯାଇଥିଲା। ତେଣୁ ଆଜି ସେ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe