ଆର୍‌ଏସ୍‌ପି ଲ୍ୟାଣ୍ଡ୍‌ଗାର୍ଡକୁ ପଥର ମାଡ଼, ଜବରଦଖଲ ଉଚ୍ଛେଦ କରିବାକୁ ଯାଇ ଫସିଗଲେ

ଆର୍‌ଏସ୍‌ପି ଲ୍ୟାଣ୍ଡ୍‌ଗାର୍ଡକୁ ପଥର ମାଡ଼, ଜବରଦଖଲ ଉଚ୍ଛେଦ କରିବାକୁ ଯାଇ ଫସିଗଲେ

ରାଉରକେଲା: ଜବରଦଖଲ ଉଚ୍ଛେଦ କରିବାକୁ ଯାଇ ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି)ର ଲ୍ୟାଣ୍ଡ୍‌ଗାର୍ଡ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ। ଏହି ଘଟଣାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ୧ ମିନିଟ ୧୮ ସେକେଣ୍ଡ୍‌ର ଏହି ଭିଡିଓରେ ସ୍ଥାନୀୟ ବାସିନ୍ଦା ବଡ଼ବଡ଼ ପଥର, ଇଟା ମାଡ଼ କରୁଥିବାର ଦୃଶ୍ୟ କଏଦ୍‌ ହୋଇଯାଇଛି। ବସ୍ତିବାସୀନ୍ଦାଙ୍କ ସଂଘବଦ୍ଧ ଆକ୍ରମଣ ଯୋଗୁଁ ଜଣେ ଲ୍ୟାଣ୍ଡ୍‌ଗାର୍ଡଙ୍କ ମୁଣ୍ଡ ଫାଟିବା ସହ ଗୁରୁତର ଆହତ ହୋଇଥିଲେ। ଦୀର୍ଘ ସମୟ‌ ପର୍ଯ୍ୟନ୍ତ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା।

ସୂଚନାଯୋଗ୍ୟ, ‌ସେକ୍ଟର-୨୦ ମିଶ୍ର ଖଟାଲ ବସ୍ତିରେ ବହୁ ପରିମାଣର ଆର୍‌ଏସ୍‌ପି ଜମି ଏବେ ଜବରଦଖଲରେ। ଏଠାରେ ରମେଶ ଯାଦବ(୫୫) ନାମକ ଜଣେ ବ୍ୟକ୍ତି ଜମି ଜବରଦଖଲ କରି ଘର ତିଆରି କରିଥିଲେ। ଏନେଇ ଅଭିଯୋଗ ପାଇବାପରେ ଆର୍‌ଏସ୍‌ପି ସହରସେବା ବିଭାଗର ନିର୍ଦ୍ଦେଶକ୍ରମେ ଗତ ୧୨ ତାରିଖରେ ଜବରଦଖଲ ଉଚ୍ଛେଦପାଇଁ ଲ୍ୟାଣ୍ଡ୍‌ଗାର୍ଡ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ପୂର୍ବରୁ ପ୍ରସ୍ତୁତ ଶ୍ରୀ ଯାଦବ ଓ ତାଙ୍କର କିଛି ସମ୍ପର୍କୀୟ ଲ୍ୟାଣ୍ଡ୍‌ଗାର୍ଡ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏନେଇ ଏତଲା ହେବାପରେ ମୁଖ୍ୟ ଅଭିଯୁକ୍ତ ଶ୍ରୀ ଯାଦବଙ୍କୁ ସେକ୍ଟର-୧୯ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe