ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ବେତ ମାଡ଼, ଶିକ୍ଷକ ନିଲମ୍ବିତ

Advertisment
ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ବେତ ମାଡ଼, ଶିକ୍ଷକ ନିଲମ୍ବିତ

କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ୍ ଏ.ବରିଡ଼ା ଗ୍ରାମ ଶ୍ରୀଦଧିବାମନ ନୋଡାଲ୍ ହାଇସ୍କୁଲ୍‌ର ଗୋପାଳ ମହାରଣା (୫) ନାମକ ଜ‌ଣେ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ସାମାନ୍ୟ ଭୁଲ୍ ପାଇଁ ଶିକ୍ଷକ ବେତରେ ନିର୍ଘାତ ମାଡ଼ ମାରି ଲହୁଲୁହାଣ କରିଥିଲେ। ଏହି ଘଟଣାକୁ ନେଇ ଗ୍ରାମରେ ଗତକାଲି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ସଂପୃକ୍ତ ଶିକ୍ଷକ ଚିଚନ୍ ପ୍ରଧାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଗୋପାଳଙ୍କ ମାଆ ଉର୍ମିଳା ଓ ଅନ୍ୟ ଗ୍ରାମବାସୀ ଦାବି କରିଥିଲେ।

ଏହା ଆଧାରରେ ଆଜି ବ୍ଲକ୍ ଶିକ୍ଷାଧିକାରୀ ଆରତିବାଳା ପଟ୍ଟନାୟକ ଓ ଏବିଇଓ ବିଦ୍ୟାଳୟକୁ ଯାଇ ତଦନ୍ତ କରିଥିଲେ। ଘଟଣା ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ ହୋଇଥିଲା। ଅଭିଯୋଗ ସତ ପ୍ରମାଣିତ ହେବା ପରେ ଶିକ୍ଷକ ଚିଚନ୍‌ଙ୍କୁ ଚାକିରିରୁ ନିଲମ୍ବିତ କରା ଯାଇଥିବା ଜଣାପଡ଼ିଛି। ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶାନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ଅନ୍ୟପକ୍ଷରେ ଚିଚନ୍ ନିଜ ଭୁଲ୍ ପାଇଁ କ୍ଷମା ମାଗିଛନ୍ତି। ଶିକ୍ଷକଙ୍କ ମାଡ଼ରେ ଗୋପାଳର ମାନସିକ ସ୍ଥିତି ଦୋହଲି ଯାଇଥିବାରୁ ଗତକାଲି ତାକୁ ଆସିକା ଡାକ୍ତରଖାନାରେ ଚିକିତ୍ସିତ କରା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe