ଟୁକୁଡିହା ସରପଞ୍ଚଙ୍କୁ ମାଡ଼

ଟୁକୁଡିହା ସରପଞ୍ଚଙ୍କୁ ମାଡ଼

Prameya News7

ଝୁମ୍ପୁରା: ଝୁମ୍ପୁରା ବ୍ଲକ୍‌ ଟୁକୁଡିହା ସରପଞ୍ଚ ଯୁଗଳ କିଶୋର ମୁଣ୍ଡାଙ୍କୁ ଗତକାଲି ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ମାର୍‌ପିଟ୍‌ କରିଛନ୍ତି। ସୂଚନାଯୋଗ୍ୟ, ଟୁକୁଡିହା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ ନୂତନ ଗୃହ ନିର୍ମାଣ ଚାଲିଛି। ଏହାର ନିର୍ମାଣ କାମ ରାଜକିଶୋର ମହାନ୍ତ, ବସନ୍ତ ମହାନ୍ତ ଓ ସଞ୍ଜିତ ମୁଣ୍ଡାଙ୍କୁ ଦିଆଯାଇଛି। ଗତକାଲି ସନ୍ଧ୍ୟା ସାଢ଼େ ୭ଟାବେଳେ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଠିକାଦାରମାନେ ଉପସ୍ଥିତ ରହି କାମ କରୁଥିଲେ।

ଏହି ସମୟରେ ଟୁକୁଡିହା ଗ୍ରାମର ୪ଜଣ ଯୁବକ ଆସି ବାହାରୁ ତାଲା ମାରି ଦେଇଥିଲେ। ଖବର ପାଇ ସରପଞ୍ଚ ଶ୍ରୀ ମୁଣ୍ଡା ଘଟଣାସ୍ଥଳରେ ପହଞ୍ଚିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଟେକାପଥର ମାଡ଼ କରିବା ସହ ମାଡ଼ ମାରିଥିଲେ। ତାଙ୍କ ଛାତିରେ ଶକ୍ତ ଆଘାତ ଲାଗିଛି। ଏନେଇ ଶ୍ରୀ ମୁଣ୍ଡା ବାରିଆ ଥାନାରେ ଏତଲା ଦେବା ପରେ ପୁଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe