ରାସ୍ତା ନିର୍ମାଣକୁ ନେଇ ଠିକାସଂସ୍ଥା କର୍ମଚାରୀଙ୍କୁ ମାଡ଼

Advertisment
ରାସ୍ତା ନିର୍ମାଣକୁ ନେଇ ଠିକାସଂସ୍ଥା କର୍ମଚାରୀଙ୍କୁ ମାଡ଼

Gaon Connection English

ହାଟଡିହି: ହାଟଡିହି ବ୍ଲକ୍‌ ଡଅଁର-ଜୋରାଗଡ଼ିଆ ରାସ୍ତା ନିର୍ମାଣ ବେଳେ ଆଜି ଚଷାଖଣ୍ଡ ଗ୍ରାମର କିଛି ଯୁବକ ଠିକାସଂସ୍ଥାର କର୍ମଚାରୀଙ୍କୁ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡଅଁର-ଜୋରାଗାଡ଼ିଆ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ରାସ୍ତାର ଓଷାର ମାତ୍ର ୨୦ କଡ଼ି ରହିଛି। ଏହାକୁ ଅଧିକ ଓଷାର କରିବା ପାଇଁ ଜମିର ଆବଶ୍ୟକତା ପଡ଼ିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ବର ଜମି ମାଲିକମାନେ କିଛିକିଛି ଜାଗା ଛାଡ଼ିବାକୁ ରାଜି ହୋଇଥିଲେ। ଠିକାସଂସ୍ଥା କର୍ମଚାରୀମାନେ ଆଜି କାମ କରୁଥିବା ବେଳେ ଚଷାଖଣ୍ଡ ଗ୍ରାମର ତିନିଜଣ ଯୁବକ ପହଞ୍ଚି ‘କାହିଁକି ଆମ ଜମିରୁ ମାଟି ଖୋଳିଲ। ଆରପଟ ଜମିରୁ କାହିଁକି ମାଟି ଖୋଲିଲ ନାହିଁ’ କହି ପାଟିତୁଣ୍ଡ କରିଥି‌ଲେ।

ପ୍ରଶାନ୍ତ କୁମାର ଜେନା ନାମକ ଜଣେ ଠିକାସଂସ୍ଥା କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଏହା ଦେଖି ସେଠାରେ କାମ କରୁଥିବା ଟ୍ରାକ୍ଟର ଚାଳକ ଓ କିଛି ସ୍ଥାନୀୟ ଲୋକ ପହଞ୍ଚି ପ୍ରଶାନ୍ତଙ୍କୁ ଉଦ୍ଧାର କରିଥିଲେ। ଏନେଇ ପ୍ରଶାନ୍ତ ନନ୍ଦିପଦା ଥାନାରେ ଗୟାଧର ସାହୁ, ପୀତବାସ ପାଗଳ, ନକୁଳ ପାଗଳଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି। ଆକ୍ରମଣକାରୀଙ୍କ ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ ହୋଇଥିବା ଜଣାଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe