ହାଲ୍ ସହାୟତାରେ ଜଗନ୍ନାଥସାଗର ସୌନ୍ଦର୍ଯ୍ୟକରଣ: ଯୋଜନା ରୂପରେଖ  ତଦାରଖ କଲେ ଜିଲ୍ଲାପାଳ

Advertisment
ହାଲ୍ ସହାୟତାରେ ଜଗନ୍ନାଥସାଗର ସୌନ୍ଦର୍ଯ୍ୟକରଣ: ଯୋଜନା ରୂପରେଖ  ତଦାରଖ କଲେ ଜିଲ୍ଲାପାଳ

ଜୟପୁର: ଜଗନ୍ନାଥସାଗରର ସୌନ୍ଦର୍ଯ୍ୟକରଣ ପାଇଁ ସୁନାବେଡ଼ାସ୍ଥ ହିନ୍ଦୁସ୍ଥାନ ଏରୋନୋଟିକ୍ସ ଲିମିଟେଡ୍ (ହାଲ୍) ସାମାଜିକ ପ୍ରତିବଦ୍ଧତା ଯୋଜନାରେ ୩ବର୍ଷରେ ୭କୋଟି ଟଙ୍କା ଦେବାକୁ ପ୍ରଶାସନ ସହ ଏମୟୁ କରିଛି। ପ୍ରଥମ ବର୍ଷ ହାଲ୍ ପକ୍ଷରୁ କୋଟିଏ ଟଙ୍କା ଦିଆଯିବ। ତେବେ ଏହି ଟଙ୍କାରେ ସାଗରର ସୌନ୍ଦର୍ଯ୍ୟକରଣର କଣ କଣ କାମ କରାଯିବ ତାହାକୁ ନେଇ ପ୍ରାଥମିକ ଯୋଜନା ପୌରପାଳିକା ପକ୍ଷରୁ କରାଯାଇଛି।

ବୁଧବାର ଏହି ପ୍ରାଥମିକ ଯୋଜନାର ରୁପରେଖକୁ ନେଇ ସାଗର ନିକଟକୁ ଯାଇ ଜିଲ୍ଲାପାଳ ମହମ୍ମଦ ଆବଦାଲ୍ ଆଖତର ତଦାରଖ କରିଥିଲେ। ସ୍ଥାନୀୟ ପଂଚାନନ୍ ମନ୍ଦିର ନିକଟରୁ ତିନିଶହ ମିଟର ପର୍ଯ୍ୟନ୍ତ ସେ ପାଥ ୱେ, ପାଚେରୀ, ପ୍ରେଟେକ୍ସନ୍ ୱାଲ୍, ପାର୍କ, କେଫେଟେରିଆ, ଓପେନ୍ ଜିମ୍ , ବସିବାକୁ ଚୈକୀ ଆଦି ପକାଯିବା ସହ ସେଠାରେ ଯାଇଥିବା ନାଳ ଉପରେ ‌ସିମେଣ୍ଟର ଘୋଡଣୀ , ସୁନ୍ଦର ଆଲୋକ ସଜ୍ଜା କରାଯିବାର  ଯୋଜନା ରହିଥିବା ପୌରନିର୍ବହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ପୌର କନିଷ୍ଠ ଯନ୍ତ୍ରୀ ଅଜୟ ଜାନୀ ଜିଲ୍ଲାପାଳଙ୍କୁ ବୁଲାଇ ଦେଖାଇଥିଲେ। ଜିଲ୍ଲାପାଳ ଏସବୁ ବୁଲି ଦେଖିବା ସହ ତୁରନ୍ତ ସଂପୁର୍ଣ୍ଣ ପ୍ରକଳ୍ପ ରିପୋର୍ଟ (ଡିପିଆର୍ ) ପ୍ରସ୍ତୁତ କରି ଏସବୁ କାମର ଟେଣ୍ଡର ଆହ୍ବାନ କରିବାକୁ ନିର୍ଦେଶ ଦେଇଥିଲେ। ପ୍ରଥମ ବର୍ଷ ହାଲ୍ ପକ୍ଷରୁ ଦିଆଯାଉଥିବା କୋଟିଏ ଟଙ୍କାରେ ଏହା କରାଯିବ ବୋଲି କହିଛନ୍ତି ପୌରନିର୍ବାହୀ ଅଧିକାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe