ନିୟମକାନୁନ ପରିଧି ଭିତରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ହେଉ: ଧର୍ମେନ୍ଦ୍ର ପ୍ରଧାନ

Advertisment
ନିୟମକାନୁନ ପରିଧି ଭିତରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ହେଉ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର/ଅନୁଗୁଳ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ନେଇ ସାରା ରାଜ୍ୟରେ ବିବାଦ ଲାଗି ରହିଛି। ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ଏହାରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସଂସ୍କୃତି ସମ୍ପନ୍ନ ରାଜ୍ୟ ଓଡ଼ିଶାରେ ମଠ, ମନ୍ଦିରର ଐତିହ୍ୟ ଓ ପରମ୍ପରା ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ରହିଛି । ଶ୍ରୀମନ୍ଦିରର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟୀକରଣ ନେଇ କାହାର ଆପତ୍ତି ନାହିଁ । ମାତ୍ର ବିଗତ କିଛି ଦିନ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଆସୁଥିବା ଖବର ଚିନ୍ତାଜନକ ।

ଟୁଇଟ୍‌ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଶ୍ରୀମନ୍ଦିର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରୁ ଯେଭଳି ହଜାର ହଜାର ବର୍ଷର ପୁରାତନ ମୂର୍ତ୍ତି ଓ ଅନ୍ୟାନ୍ୟ କୀର୍ତ୍ତିରାଜି ମିଳୁଛି, ସେ ସବୁ ଅଣଦେଖା କରି ପରିକ୍ରମା ଯୋଜନାରେ ଆଧୁନିକୀକରଣ କହିବା ଉଚିତ ନୁହେଁ। ଜଣେ ଜଗନ୍ନାଥ ଭକ୍ତ ଓ ଓଡ଼ିଆ ସଂସ୍କୃତିର ଅନୁଯାୟୀ ଭାବେ ମୋର ଅପେକ୍ଷା; ନିୟମକାନୁନ ପରିଧି ଭିତରେ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ହେଉ ।

publive-image

ସୂଚନାଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଅନୁଗୁଳ ଗସ୍ତ କରିଛନ୍ତି। ସେ କହିଛନ୍ତି ଯେ, ଆମର କୂଳ ଦେବତା ଶ୍ରୀ ଶ୍ରୀ ନୃସିଂହ ଦେବଙ୍କ ପବିତ୍ର ଜନ୍ମୋତ୍ସବ ଅବସରରେ ମୋ ଗ୍ରାମ ନାଲମ ଠାରେ ଆୟୋଜିତ ଯଜ୍ଞ ପୂର୍ଣ୍ଣାହୁତି ପୂଜାରେ ସପରିବାର ସାମିଲ ହୋଇଛି । ଜଗତର କଲ୍ୟାଣ ଏବଂ ମାନବ ଜାତିର ମଙ୍ଗଳ ପାଇଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି। ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଦୁର୍ଗାପୁରସ୍ଥିତ ଦୁର୍ଗା ମନ୍ଦିରକୁ ଯାଇ ମା’ ଜଗତଜନନୀଙ୍କ ଆଶୀର୍ବାଦ ନେବାର ସୌଭାଗ୍ୟ ଲାଭ କଲି। ମା’ଙ୍କ ଆଶୀର୍ବାଦରୁୁ ସମସ୍ତେ ସୁଖ ଓ ସୁସ୍ଥ ରୁହନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe