ଜାତୀୟସ୍ତରରେ ଚମକିଲେ ବାଲେଶ୍ୱରର କ୍ରୀଷ୍ଣା; ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ପିନ୍ଧିଲେ ବିଜୟ ମୁକୁଟ

ଜାତୀୟସ୍ତରରେ ଚମକିଲେ ବାଲେଶ୍ୱରର କ୍ରୀଷ୍ଣା; ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ପିନ୍ଧିଲେ ବିଜୟ ମୁକୁଟ

ବାଲେଶ୍ୱର : ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ଆନୁକୂଲ୍ୟରେ ଏବଂ ମୁମ୍ବାଇ ବଡି ବିଲ୍ଡର୍ସ ଫେଡେରେସନ୍‌ ସହଯୋଗରେ ଆନ୍ଧ୍ରପ୍ରଦେଶ ‌ତେଲେଙ୍ଗାନାଠାରେ ଜାତୀୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ୬ ଶହ ପ୍ରତିଯୋଗୀ ଭାଗ ନେଇଥିଲେ। ଓଡିଶାରୁ ବାଲେଶ୍ବରର ଏସ୍‌. କ୍ରୀଷ୍ଣା ରାଓ(୩୫) ଭାଗ ନେଇ ବେଷ୍ଟ୍ ପୋଜ୍‌ ପ୍ରଦର୍ଶନରେ ପ୍ରଥମ ହୋଇ ବିଜୟ ମୁକୁଟ ହାସଲ କରିଛନ୍ତି। ୧୩ତମ ମିଷ୍ଟର ଇଣ୍ଡିଆ ସିନିୟର ବିଭାଗ ଜାତୀୟ ବଡି ବିଲ୍ଡିଂ ଏବଂ ଫିଜିକ୍‌ ସ୍ପୋର୍ଟସ ଚାମ୍ପିଅନ୍‌ସିପ୍‌-୨୦୨୧ ପ୍ରତିଯୋଗିତାରେ କ୍ରୀଷ୍ଣା ବେଷ୍ଟ୍ ପୋଜ୍ ବର୍ଗରେ ପ୍ରଥମ ସ୍ଥାନରେ ରହିଥିଲେ।

ବାଲେଶ୍ବର ସହରର ସୁଏଲପୁର ଅଞ୍ଚଳର ସ୍ବର୍ଗତ ଉପେନ୍‌ ରାଓ ଓ ଲତାଙ୍କ ବଡ଼ପୁଅ କ୍ରୀଷ୍ଣା ଡାକ ବିଭାଗ କଟକରେ କାର୍ଯ୍ୟରତ ଅଛନ୍ତି। ପୋଷ୍ଟାଲ୍ ବିଭାଗ ସହଯୋଗରେ ସେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଏହା ପୂର୍ବରୁ କ୍ରୀଷ୍ଣା ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରୌପ୍ୟ ଓ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଆଗକୁ ଅଧିକ ସହଯୋଗ ମିଳିଲେ ଓ ଭଲ ପାଇବା ରହିଲେ ଭାରତ ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ଖେଳି ରାଜ୍ୟ ପାଇଁ ସୁନାମ ଆଣି‌ ପାରିବେ ବୋଲି କ୍ରୀଷ୍ଣା କହିଛନ୍ତି। ଜାତୀୟସ୍ତର ସୁନ୍ଦର ପ୍ରତିଯୋଗିତାରେ ସଫଳତା ହାସଲ କରି ବାଲେଶ୍ବର ପାଇଁ ଗୌରବ ଆଣିଥିବା କ୍ରୀଷ୍ଣାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe