ସଡ଼କ ଦୁର୍ଘଟଣାରେ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀ ରବୀନ୍ଦ୍ରଙ୍କ ମୃତ୍ୟୁ, ଆଉ ଜଣେ ଗୁରୁତର

Advertisment
ସଡ଼କ ଦୁର୍ଘଟଣାରେ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀ ରବୀନ୍ଦ୍ରଙ୍କ ମୃତ୍ୟୁ, ଆଉ ଜଣେ ଗୁରୁତର

ବ୍ରହ୍ମପୁର: ଗତକାଲି ବିଳମ୍ବିତ ରାତିରେ ଧରାକୋଟ ଥାନା ଅନ୍ତର୍ଗତ ଢ଼ଉଗାଁ ଛକରେ ଏକ ସଡ଼କ ଦୁର୍ଘଟଣାରେ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗୀ ତଥା ବ୍ରହ୍ମପୁର ସହରର ସ୍ବର୍ଣ୍ଣପଦକ ବିଜେତା ରବୀନ୍ଦ୍ର ସାହୁ (୨୫)ଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ଜଣେ ପ୍ରତିଯୋଗୀ ସନ୍ତୋଷ ସାହୁ ଗୁରୁତର ଆହତ ହୋଇଛନ୍ତି। ମୃତ ରବୀନ୍ଦ୍ରଙ୍କ ଘର ଗୋସାଇଁ ନୂଆଗାଁ ବିଶ୍ବନାଥନଗର ଦ୍ବିତୀୟ ଲାଇନ୍‌ରେ ବୋଲି ଜଣାପଡିଛି।

ଆହତ ସନ୍ତୋଷଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଗତକାଲି ରବୀନ୍ଦ୍ର ସପରିବାର ଓ ବନ୍ଧୁ ସନ୍ତୋଷଙ୍କ ସହ ହିଞ୍ଜିଳିକାଟୁର ଏକ ଭୋଜିରେ ଯୋଗଦେବାକୁ ଯାଇଥିଲେ। ଅପରାହ୍ଣରେ ସନ୍ତୋଷଙ୍କ ସହ ମିଶି ନିଜ ଆଇଙ୍କୁ ଛାଡିବା ପାଇଁ ଏକ ସ୍କୁଟିରେ ସୋରଡ଼ା ଯାଇଥିଲେ। ସନ୍ଧ୍ୟାରେ ସୋରଡ଼ାରୁ ବ୍ରହ୍ମପୁର ଫେରିବା ବେଳେ ଧରାକୋଟ ନିକଟ ଢ଼ଉଗାଁ ଛକରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ। ଅଗ୍ନିଶମବାହିନୀ ଉଭୟଙ୍କୁ ଉଦ୍ଧାର କରି ଆସିକା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ଆସିକା ମେଡିକାଲ୍‌ରେ ରବୀନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ସନ୍ତୋଷଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ରବୀନ୍ଦ୍ରଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି।

ଏପ୍ରିଲ୍ ୩ ତାରିଖ ଦିନ ଆଇବିବିଏଫ୍‌ଏଫ୍‌ ଓ ଓବିଏଫ୍‌ଏଫ୍‌ ପକ୍ଷରୁ ରାଉରକେଲା ଠାରେ ଅନୁଷ୍ଠିତ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ୬୦କେଜି ବର୍ଗରେ ରବୀନ୍ଦ୍ର ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ଏପ୍ରିଲ୍‌ ୧୫ରୁ ୧୯ପର୍ଯ୍ୟନ୍ତ ମହାରାଷ୍ଟ୍ରର ପୁନେ ଠାରେ ଆୟୋଜିତ ମିଷ୍ଟର ୟୁନିଭର୍ସ ଓ ମିଷ୍ଟର ଇଣ୍ତିଆ ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିଥିଲେ। ମିଷ୍ଟର ୟୁନିଭର୍ସରେ ସେ ୧୦ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ୭ମ ସ୍ଥାନ ଅଧିକାର କରିଥିଲେ। ଗୁରୁତର ସନ୍ତୋଷ ସାହୁ ୧୭୪ସେମିରୁ ଊର୍ଦ୍ଧ୍ବ ବର୍ଗ ମେନ୍‌ ଫିଜିକ୍ସରେ ସ୍ବର୍ଣ୍ଣ ଓ ୬୫କେଜି ବର୍ଗରେ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ରୌପ୍ୟ ପଦକ ହାସଲ କରିଥିଲେ। ମିଷ୍ଟର ଇଣ୍ତିଆରେ ୧୭୪ସେମିରୁ ଊର୍ଦ୍ଧ୍ବ ମେନ୍‌ ଫିଜିକ୍ସ ବର୍ଗରେ କା˚ସ୍ୟ ପଦକ ଅର୍ଜନ କରିଥିଲେ। ଗତ ୨ଦିନ ତଳେ ମିଷ୍ଟର ଇଣ୍ତିଆ ଓ ମିଷ୍ଟର ୟୁନିଭର୍ସ ପ୍ରତିଯୋଗିତାରେ କୃତିତ୍ବ ହାସଲ କରି ଫେରିବା ପରେ ବ୍ରହ୍ମପୁର ଷ୍ଟେସନ୍‌ରେ ଗଞ୍ଜାମ ଜିଲ୍ଲା ବଡି ବିଲ୍ଡି˚ ସ˚ଘ ପକ୍ଷରୁ ସ୍ବାଗତ କରାଯାଇଥିଲା। ଉଭୟ ରବୀନ୍ଦ୍ର ଓ ସନ୍ତୋଷଙ୍କୁ ବିଧାୟକ ବିକ୍ରମ କୁମାର ପଣ୍ତା ଓ ଡେପୁଟି ମେୟର ଇ. ବିବେକ ରେଡ୍ଡୀ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଆଜି ଏହି ଦୁଃଖଦ ଖବର ଶୁଣିବା ସହରରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe