ଜୁଲାଇ ୩୧ରେ ବିଏଡ୍‌ ପ୍ରବେଶିକା ପରୀକ୍ଷା

ସରକାରୀ ବିଏଡ୍‌ କଲେଜରେ ନାମଲେଖା ଅନିଶ୍ଚିତତା: ରାଙ୍କ୍ ‌କାର୍ଡ ଧରି ବସିଛନ୍ତି ମେଧାବୀ

Representation image

ଭୁବନେଶ୍ବର : ବିଏଡ୍‌, ବିଏଚ୍‌ଏଡ୍‌ ଓ ଏମ୍‌ଏଡ୍‌ ପାଠ୍ୟକ୍ରମରେ ନାମଲେଖା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନ୍‌ ୧ରୁ ୨୭ ମଧ୍ୟରେ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଆପାତତଃ ଜୁଲାଇ ୩୧(ରବିବାର) ଏହି ପ୍ରବେଶିକା ପରୀକ୍ଷା କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ବିଏଡ୍‌ର ଉଭୟ କଳା ଓ ବିଜ୍ଞାନ ବିଭାଗ ଲାଗି ଗୋଟିଏ ସିଟିଂରେ ପୂର୍ବାହ୍ନ ୧୦ଟାରୁ ୧୨ଟା ମଧ୍ୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ବିଏଚ୍‌ଏଡ୍‌ ପାଇଁ ଦ୍ବିତୀୟ ସିଟିଂରେ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ପରୀକ୍ଷା କରାଯିବ। ଏମ୍‌ଏଡ୍‌ ପାଇଁ ପରବର୍ତୀ ସମୟରେ ତାରିଖ ଘୋଷଣା କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

୨୦୨୨-୨୦୨୪ ଶିକ୍ଷାବର୍ଷରେ ନାମଲେଖା ଓଏମ୍‌ଆର ସିଟ୍‌ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଉକ୍ତ ପରୀକ୍ଷାକୁ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ ବୋର୍ଡ(ଓଏସ୍‌ଏସ୍‌ବି) ପରିଚାଳନା କରିବ। ମୋଟ ୨୩୫୦ ସିଟ୍‌ରେ ନାମଲେଖା ଅନୁଷ୍ଠିତ ହେବ। ରାଜ୍ୟର ୧୫ ବିଏଡ୍‌ ଶିକ୍ଷାନୁଷ୍ଠାନର ୧୭୫୦ ସିଟ୍‌ରେ ଏବଂ ୧୨ ଶିକ୍ଷାନୁଷ୍ଠାନରେ ସେଲ୍ଫ ଫାଇନାନ୍ସିଂ ମୋଡ୍‌ରେ ୬୦୦ ସିଟ୍‌ ପାଇଁ ଏହି ପ୍ରବେଶିକା ପରୀକ୍ଷା ମାଧ୍ୟମରେ ନାମଲେଖା ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe