ରାଜ୍ୟ ବଜେଟରେ କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଉ, ଦାବି କଲା ବିଏଡ୍‌ ଶିକ୍ଷକ ସଂଘ

Advertisment
ଓଡ଼ିଶାରେ ପଡ଼ିରହିଛି ସ୍ବଚ୍ଛ ମିସନ ଅର୍ଥ

www.livemint.com

ଭୁବନେଶ୍ବର : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କ ଦରମା ୨୦୧୫ ମସିହା ପର ଠାରୁ ବୃଦ୍ଧି କରାଯାଇ ନାହିଁ। ଏହା ମଧ୍ୟରେ ସରକାର ସମସ୍ତ ବର୍ଗର କର୍ମଚାରୀଙ୍କୁ ସପ୍ତମ ବେତନ କମିସନ୍ ସୁପାରିସ୍ ଆଧାରରେ ଦରମା ବୃଦ୍ଧି କରିଥିବା ବେଳେ ରାଜ୍ୟରେ ପୂର୍ଣ୍ଣକାଳୀନ ଭିତ୍ତିରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କ ଦରମା ବୃଦ୍ଧି କରି ନାହାନ୍ତି। ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ୧.୧.୨୦୧୬ ମସିହା ଠାରୁ ମୂଳ ଦରମାର ଶତକଡ଼ା ୨୫ ଭାଗ ଓ ବାର୍ଷିକ ଶତକଡ଼ା ୧୦ ଭାଗ ହାରରେ ବୃଦ୍ଧି କରିଥିଲା ବେଳେ କନିଷ୍ଠ ଶିକ୍ଷକମାନଙ୍କ ଦରମା ଟଙ୍କାଟିଏ ମଧ୍ୟ ବୃଦ୍ଧି କରି ନାହାନ୍ତି। ବର୍ତ୍ତମାନ ସରକାର ଆଗାମୀ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ପ୍ରସ୍ତୁତ କରୁଥିବା ବେଳେ କନିଷ୍ଠ ଶିକ୍ଷକମାନଙ୍କ ଦରମା ବୃଦ୍ଧି କଥା ନିଶ୍ଚିତ କରିବାକୁ ରାଜ୍ୟ ବିଏଡ୍‌ ଶିକ୍ଷକ ସଂଘ ଦାବି କରିଛି।

ସଂଘର ସଭାପତି ସରୋଜ କୁମାର ପଣ୍ଡା ଓ ସାଧାରଣ ସମ୍ପାଦକ ରୂପେଶ କୁମାର ସାହୁ କହିଛନ୍ତି ଯେ ବାରମ୍ବାର ଦାବି, ଧାରଣା ଓ ଆନ୍ଦୋଳନ ସତ୍ତ୍ବେ ସରକାର ନିରବଦ୍ରଷ୍ଟା ସାଜୁଛନ୍ତି। ଯେଉଁ ଶିକ୍ଷକମାନଙ୍କ ଠାରୁ ଗୁଣାତ୍ମକ ଶିକ୍ଷା ଆଶା କରାଯାଉଛି, ସେମାନଙ୍କୁ ଦରମା ନ ଦେଇ ମାସିକ ମାତ୍ର ୬,୫୧୨ ଟଙ୍କା ଦରମାରେ କାର୍ଯ୍ୟ କରାଉଛନ୍ତି। ଏହି କନିଷ୍ଠ ଶିକ୍ଷକମାନେ ବିଦ୍ୟାଳୟରେ ଅନ୍ୟ ଶିକ୍ଷକମାନଙ୍କ ତୁଳନାରେ ଅଧିକ ପରିଶ୍ରମ କରି ଛାତ୍ରଛାତ୍ରୀଙ୍କ ନାମଲେଖା ଠାରୁ ଆରମ୍ଭ କରି ଉପସ୍ଥାନ ବୃଦ୍ଧି, ଡ୍ରପ୍‌ଆଉଟ୍‌ କମ୍ କରିବା ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଥିଲେ ମଧ୍ୟ ସବୁବେଳେ ଅବହେଳିତ ହେଉଛନ୍ତି। ସୁପ୍ରିମକୋର୍ଟଙ୍କ ‘ସମାନ କାମକୁ ସମାନ ଦରମା’ ରାୟ ପରିପ୍ରେକ୍ଷୀରେ ସେମାନଙ୍କୁ ସମାନ ଦରମା ଦେବା ପରିବର୍ତ୍ତେ ଗୋତି ଶ୍ରମିକ ଭାବେ ଖଟିବା ପାଇଁ ସରକାର ଏକ ପ୍ରକାର ବାଧ୍ୟ କରୁଛନ୍ତି। ଆଗାମୀ ବଜେଟରେ କେନ୍ଦ୍ର ପ୍ରଦତ୍ତ ପିଏବି ଆଧାରକୁ ବିଚାରକୁ ନେଇ ଦରମା ବୃଦ୍ଧି କରିବା ସହ ୬ ବର୍ଷର ଚୁକ୍ତି ସମୟକୁ ମୂଳ ଚାକିରିରେ ଗଣନା କରି ୨୦୧୨ ଓ ୨୦୧୩ ମସିହାରୁ ନିଯୁକ୍ତି ପାଇଥିବା ସମସ୍ତ କନିଷ୍ଠ ଶିକ୍ଷକଙ୍କୁ ତୁରନ୍ତ ନିୟମିତ ଶିକ୍ଷକର ମାନ୍ୟତା ଦେବାକୁ ସଂଘ ଦାବି କରିଛି। ସରକାର ଆବଶ୍ୟକ ପଦକ୍ଷେପ ନ ନେଲେ ବିଧାନସଭା ଅଧିବେଶନ ସମୟରେ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe