ବେଦ ପ୍ରକାଶଙ୍କ ପରଲୋକ ଘଟଣା : ନିର୍ବାଚନ କମିସନଙ୍କୁ ସିଇଓଙ୍କ ରିପୋର୍ଟ

Advertisment
ବେଦ ପ୍ରକାଶଙ୍କ ପରଲୋକ ଘଟଣା : ନିର୍ବାଚନ କମିସନଙ୍କୁ ସିଇଓଙ୍କ ରିପୋର୍ଟ

ଭୁବନେଶ୍ବର : ବିଜେଡିର ପାଟକୁରା ବିଧାନସଭା ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଵାଲଙ୍କ ଦେହାନ୍ତ ନେଇ ଭାରତ ନିର୍ବାଚନ କମିସନଙ୍କୁ ବିଧିବଦ୍ଧ ଭାବେ ଜଣାଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଆଜି ଏ ନେଇ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କଠାରୁ ରିପୋର୍ଟ ପାଇବା ପରେ ଜନପ୍ରତିନିଧି ଆଇନ ଅନୁଯାୟୀ ନିର୍ବାଚନ ଲଢ଼ୁଥିବା ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ସେଠାରେ ନିର୍ବାଚନ ସ୍ଥଗିତ ରଖିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସୁପାରିସ କରିଛନ୍ତି। ପାଟକୁରା ବିଧାନସଭା ପାଇଁ କମିସନ ଯାହା ନିଷ୍ପତ୍ତି ନେବେ ତାକୁ ଅନୁପାଳନ କରାଯିବ ବୋଲି ଚିଠିରେ ଜଣାଇଦିଆଯାଇଛି।

ପ୍ରକାଶଥାଉକି ଗତକାଲି ବିଜେଡି ଉପସଭାପତି ତଥା ଚଳିତଥର ନିର୍ବାଚନରେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ହୋଇଥିବା ବେଦପ୍ରକାଶ ଅଗ୍ରଵାଲ ରୋଗରେ ପୀଡ଼ିତ ହୋଇ ୮୩ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ସ୍ବର୍ଗତଃ ଅଗ୍ରଵାଲଙ୍କ ଦେହାନ୍ତ ପରେ ପାଟକୁରାରେ ଏପ୍ରିଲ ୨୯ ତାରିଖରେ କେନ୍ଦ୍ରାପଡ଼ା ଲୋକସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ସୁଦ୍ଧା ପାଟକୁରା ବିଧାନସଭା ପାଇଁ ନିର୍ବାଚନ କମିସନ କଣ ନିଷ୍ପତ୍ତି ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe