ମହୁମାଛି ଆକ୍ରମଣରେ ୫ ଗୁରୁତର

Advertisment
ମହୁମାଛି ଆକ୍ରମଣରେ ୫ ଗୁରୁତର

ବରଗଡ଼: ବରଗଡ଼ ଭଟଲି ଛକ ନିକଟରେ ରାସ୍ତାରେ ଯାଉଥିବା ବହୁ ବ୍ୟକ୍ତି ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି।

ଆହତଙ୍କୁ ବରଗଡ଼ ପୁରୁଣା ଜିଲ୍ଳା ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସିତ କରାଯାଉଛି। ଆହତଙ୍କ ମଧ୍ୟରୁ  ଗୁରୁତର ଥିବା ଚାରି ଜଣ ମଦନ ଜାଲ, ପରମେଶ୍ୱର ତାଣ୍ଡି, ସୁମନ୍ତ ବାଗ ଏବଂ ନାରାୟଣ ପଟ୍ଟନାୟକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ମହୁମାଛିଙ୍କୁ ‌କେହି ଘଉଡ଼ାଇ ଦେବାରୁ ରାସ୍ତାରେ ଯାଉଥିବା ଲୋକଙ୍କୁ ମହୁମାଛି ଆକ୍ରମଣ କରିଥିଲେ। ଆହତଙ୍କ ଅବସ୍ଥା ସ୍ଥିର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe