ଗୋମାଂସ ବୋଝେଇ ଟ୍ରକ୍ ଜବତ

Advertisment
ଗୋମାଂସ ବୋଝେଇ ଟ୍ରକ୍ ଜବତ

ଛତ୍ରପୁର: ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଧୀନ ବଡ଼ପଦର ଗ୍ରାମ ନିକଟ ୧୬ ନମ୍ବର ଜାତୀୟ ରାଜପଥରୁ ଆଜି ସକାଳେ ଏକ ଗୋମାଂସ ବ‌ୋଝେଇ ଟ୍ରକ୍ (ଓଡ଼ି-୦୫-୯୯୨୧) ଜବତ ହୋଇଛି। ଟ୍ରକ୍‌ଟିରେ ୧୦ ଟନ୍‌ରୁ ଅଧିକ ଗ‌ୋମାଂସ ଭଦ୍ରକରୁ ହାଇଦ୍ରାବାଦ ଚାଲାଣ ହେଉଥିବା ବେଳ‌େ ଖୋର୍ଦ୍ଧାରୁ ବଜରଙ୍ଗ ଦଳର କିଛି କର୍ମୀ ଏହାକୁ ପିଛା କରିଥିଲେ। ବଡ଼ପଦର ଗ୍ରାମ ନିକଟ ଜାତୀୟ ରାଜପଥରେ ସ୍ଥାନୀୟ କିଛି ଲୋକଙ୍କ ସହାୟତା‌ରେ ଟ୍ରକ୍‌ଟିକୁ କାବୁ କରିବାରେ ସଫଳ ହୋଇଥିଲେ। ତେବ‌େ ଚାଳକ ଓ ହେଲପର୍ ଫେରାର ହୋଇଯାଇଥିଲେ। ହାଇୱେ ପୁଲିସ ଓ ଚମାଖଣ୍ଡି ପୁଲିସ ପହଞ୍ଚି ଗାଡ଼ିକୁ ଜବତ କରି ତଦନ୍ତ ଜାରି ରଖିଛି। ବଜରଙ୍ଗ ଦଳ ପକ୍ଷରୁ ଚମାଖଣ୍ଡି ଥାନାରେ ଏତଲା ଦିଆଯାଇଛି। ସୂଚନା ଥାଉକି, ଚମାଖଣ୍ଡି ପୁଲିସ କିଛିଦିନ ତଳେ ଗୋରୁ ବୋଝେଇ ଗାଡ଼ି ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe